ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନ ଯଜ୍ଞର ଷଷ୍ଠ ଦିବସ: ଭରତ ପ୍ରସଙ୍ଗ ଓ ଜାନକୀ ହରଣ

କଟକ,(ସରୋଜ ଦାସ): ଶ୍ରୀରାମ ସେବା ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ଶ୍ରୀରାମ ଚରିତ ମାନସ ନବାନ୍ହ ପାରାୟଣ ଜ୍ଞାନ ଯଜ୍ଞ ର ଷଷ୍ଠ ଦିବସ ଯାଜପୁର ଜିଲ୍ଲା ର ଗୋପାଳପୁର ପଂଚାୟତର ଗଜେନ୍ଦ୍ରପୁର ରେ ଜାନକୀ ହରଣ ଓ ଭରତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବ୍ୟାସଦେବ ମହାରାଜ ଅଜୟ ପ୍ରସାଦ ଆଚାର୍ଯ୍ୟ ପ୍ରସଙ୍ଗ ଉପରେ ଆଶ୍ରିବଚନ ପ୍ରଦାନ କରିଥିଲେ। ସନ୍ଧ୍ୟା ରେ ପ୍ରବଚନ ମଣ୍ଡପ କୁ ସ୍ୱାମୀ ଡ଼ଃ କୃଷ୍ଣପ୍ରେମାନନ୍ଦ ସରସ୍ବତୀ ମହାରାଜଜୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। ସନମାନୀତ ଅତିଥି ରୂପେ ଦୈନିକ “ପୃଷ୍ଠଭୂମି”ର ବରିଷ୍ଠ ଉପଦେଷ୍ଟା ତଥା ବିଶିଷ୍ଟ ରେଳ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଯୋଗଦେଇଥିଲେ। ଓଡିଶାର ସୁନାମଧନ୍ୟ ପ୍ରବଚକ ପଣ୍ଡିତ ପ୍ରକାଶ ଚନ୍ଦ୍ର ବେହେରା ଆଶ୍ରିବଚନ ମାଧ୍ୟମରେ ଜାନକୀ ହରଣ ଓ ଭରତ ପ୍ରସଙ୍ଗ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ। ଏହି ଅବସର ରେ ପଣ୍ଡିତ ପ୍ରକାଶ ବେହେରା ଙ୍କୁ ଅତିଥିଦ୍ୱୟ ସମ୍ଭର୍ଦ୍ଧିତ କରିଥିଲି। ଏହି କାର୍ଯ୍ୟକ୍ରମ ରେ ଦୈନିକ “ପୃଷ୍ଠଭୂମି “ର ମୁଖ୍ୟ ସମ୍ପାଦକ କୈଳାଶ ଚନ୍ଦ୍ର ଜେନା ଅଧ୍ୟକ୍ଷତା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶୈଳବାଳା ଜେନା, ହିମାଂଶୁ ଭୂଷଣ ଜେନା, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ସହପରିଚାଳକ ଉମିତ ଭାନୁ ରାଉତରାୟ, ଲିଖିତା ରଚନା ରାଣୀ ଜେନା, ଦୁର୍ଯ୍ୟୋଧନ ସାହୁ, ଉତ୍ତମ ଜେନା, ବିଜୟ ଜେନା, ବାବାଜୀ ଶାନ୍ତି, ଗୋବିନ୍ଦ ପୃଷ୍ଟି, ବିଶ୍ୱନାଥ ଶାନ୍ତି, ଆନନ୍ଦ ପୃଷ୍ଟି, ନୀଳମଣି ଶାନ୍ତିଙ୍କ ସମେତ ଶତାଧିକ ରାମଭକ୍ତ ଗ୍ରାମବାସୀ ରାମକଥା ବିଳମ୍ବିତ ରାତ୍ରି ଯାଏ ଶ୍ରବଣ କରିଥିଲି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ