ଉତ୍କଳ କେଶରୀ ମହୋତ୍ସବର ୬ଷ୍ଠ ସନ୍ଧ୍ୟା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଡ.ହରେକୃଷ୍ଣ ମହତାବ ନବ ଉତ୍କଳର ନିର୍ମାତା ତଥା ଜନ ମାନସର ପରିଚିତ ମଣିଷ ଥିଲେ । ସେ ବହୁ ଗୁଣର ଅଧିକାରୀ ଥିବା ବେଳେ ପାରାଦୀପ ବନ୍ଦର, ହୀରାକୁଦ ନଦୀ ବନ୍ଧ, କେନ୍ଦୁଝର ଜିଲା ହାଟଡିହି ବ୍ଲକ ହଦଗଡର ସାଳନ୍ଦୀ ନଦୀ ଉପରେ ବନ୍ଧ ନିର୍ମାଣ କରି ସଂପୃକ୍ତ ଅଞ୍ଚଳର ଚାଷ ଜମିକୁ ପାଣି ଯୋଗାଇବା ପରି ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ତାଙ୍କ ଅବଦାନରେ କଟକର କଳାବିକାଶ କେନ୍ଦ୍ର, ଆକାଶବାଣୀ କଟକ, ଭୁବନେଶ୍ୱରର ସଙ୍ଗୀତ ମହାବିଦ୍ୟାଳୟ, ସଂସ୍କୃତି ମଣ୍ଡପ ଆଦି ଓଡିଶାର ଅସ୍ମିତାକୁ ସୂଚାଉଛି । ୧୯୫୯ ମସିହାରେ ସେ ଯଦି ରାଜ୍ୟ ସଂଗ୍ରାହାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରି ନଥାନ୍ତେ ତେବେ ଓଡିଶାର ସଂସ୍କୃତି, ଅସ୍ମିତା, ପରମ୍ପରା ଆଜି ନଥାନ୍ତା ବୋଲି ତ୍ରୟୋଦଶତମ ଉତ୍କଳ କେଶରୀ ଆଗରପଡା ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖିକା, ଗବେଷିକା ତଥା ରାଜ୍ୟ ସଂଗ୍ରାହାଳୟର ଅଧିକ୍ଷକ ଡ.ଭାଗ୍ୟଲିପି ମଲ୍ଲ ଯୋଗ ଦେଇ କହିଥିଲେ । ବରିଷ୍ଠ ଆଇନିଜିବୀ ମନୋଜ ରାୟଙ୍କ ସଭାପତିତ୍ୱ ତଥା ମହୋତ୍ସବ କମିଟିର ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ମଞ୍ଚ ସଂଞ୍ଚାଳନାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଅତିଥି କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଯୋଗ ଦେଇ ମହତାବଙ୍କ ଜନ୍ମ ମାଟିରେ ପାଦ ଥାପିବା ପରମ ସୌଭାଗ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଦୀଲିପ ଦାସ ଯୋଗ ଦେଇ ପ୍ରତ୍ୟେକ ବର୍ଷ ଏଠାକୁ ଆସି ଦୁଇ ପଦ କଥା ରଖିବାର ସୌଭାଗ୍ୟକୁ ନେଇ କମିଟିକୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ରବିନ୍ଦ୍ର ରାୟ, ଯାତ୍ରା ରାଜନନ୍ଦିନୀର ପ୍ରଯୋଜକ ଇଂ. ସ୍ମୃତି ରଞ୍ଜନ ପଲାଇ, କମିଟିର ଉପ ସଭାପତି ଅବିନାଶ ପଣ୍ଡା, ଜଲିଉଡ୍ ନାୟିକା ମିସ୍ ସ୍ନେହାଶ୍ରୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କମିଟି ଉପଦେଷ୍ଟା କୈଳାସ ଚନ୍ଦ୍ର ଧଳ, ଗୋଲକ ପୃଷ୍ଟି, ରତ୍ନାକର ନାୟକ, ସୁବୋଧ କୁମାର ସାହୁ, ସହ ସମ୍ପାଦକ ଗଦାଧର ବେହେରା, ନମିତା ବେହେରାଙ୍କ ତତ୍ତ୍ୱାବଧାନରେ ନୃତ୍ୟଗୁରୁ ପୁଷ୍ପମିତ୍ରା ବେହେରା, କଣ୍ଠଶିଳ୍ପୀ ଶଶିକଳା ମିଶ୍ର, ବିଶ୍ୱମ୍ବର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସାଇନୃତ୍ୟ କଳା ଏକାଡେମୀର ଛାତ୍ରୀ ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜଲିଉଡ୍ ନାୟିକା ସ୍ନେହାଶ୍ରୀଙ୍କ ଯାତ୍ରା ସଂଳାପ ଓ ନୃତ୍ୟ ସାଙ୍ଗକୁ ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କ ‘ପାଉଁଁଜି ମୋ ହଜିଗଲା ଗାଧୁଆ ତୁଠରେ’ ଓ ଓଡିଆ ଅସ୍ମିତା ଗୀତରେ ଦର୍ଶକ ମାନେ ଭରପୁର ମଜା ଉଠାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମାମୁନି ସିଂହ, ନିହାର ରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ସୁଦର୍ଶନ ସିଂହ, ଦୀପକ ପୁରୀ, ପ୍ରତିମା ସାହୁ, କରନ କୁମାର ଜେନା, ନିତ୍ୟାନନ୍ଦ ସିଂହ ସହଯୋଗ କରିଥିଲେ । ଶେଷରେ ସାଇନୃତ୍ୟ ପକ୍ଷରୁ ସ୍ମୃତି ରେଖା ସେଠୀ, ଅଭିଲିପ୍ସା ଦାସ, ରେସେଲିନା ପଣ୍ଡା, ଅଲିସା ମହାନ୍ତି, ମନିଷା ସାହୁ, ଦ୍ୟୁତିରୂପା ବେହେରା, ନିକିତା ଚାନ୍ଦ, ଆଦ୍ୟାଶା ନାୟକ, ମାହେଶ୍ୱରୀ ମହାନ୍ତି, ମନିଷା ସାହୁ, ରାନନନ୍ଦିନୀ ଚାନ୍ଦ, ଅରୁଦ୍ଧୀ ନାୟକ, ମିସ୍ ସୋନକ୍ସି, ବିଦ୍ୟୁସ୍ମିତା ସେଠୀ, ଆଦ୍ୟାଶା ରାଣି ବେହେରା, ଶ୍ରୀଷ୍ଟି ମିଶ୍ର, ଅଭିଲିପ୍ସା ମହାନ୍ତି, ଦେବଶ୍ରୀ ନାୟକ, ଶୁଶ୍ରୀ ଅନୁଷ୍କା ଦାସଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ