ଆସିକା-ଭଂଜନଗର ରାସ୍ତାରେ ୭ କ୍ୟାମେରା: ସିସିଟିଭି ନଜରରେ ଦୁର୍ଘଟଣାପ୍ରବଣ ସ୍ଥାନ

ଆସିକା  (ୱାଇଏନ୍‍ଏସ୍‍) :ଜାତୀୟ ରାଜପଥରେ ଦୁର୍ଘଟଣା ସ୍ଥାନ ପ୍ରବଣ ଚିହ୍ନଟ ପରେ ଦ୍ରୁତ ଗତିରେ ଯାଉଥିବା ଯାନବାହାନ ଗୁଡିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଭଂଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକ ଓ ମୋଟରଯାନ ନୀରିକ୍ଷକ କିଶୋର କୁମାର ଦେଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ସ୍ୱାଗତ ଓ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା-ଭଂଜନଗର ରାସ୍ତାର କର୍ପୂରନୁଆଗାଁ, ବାଘୁଆପଲ୍ଲୀ, ସିଙ୍ଗିପୁର, ବୀରଲକ୍ଷ୍ମଣପୁର, ଗୋବରା, ମଧୁପଲ୍ଲୀ, ଜିଲୁଣ୍ଡି ନିକଟରେ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରାଯାଇ ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି । ଯାହାକି ଦ୍ରୁତ ଗତିରେ ଯାଉଥିବା ଗାଡି ଉପରେ ତୀକ୍ଷଣ ନଜର ରଖିବାରେ ସହାୟକ ହୋଇପାରିବ । ଆସିକା-ଭଂଜନଗର ରାସ୍ତାରେ ୭ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିଲା ବେଳେ ଏସ୍‍ଟିଏ (ଷ୍ଟେଟ୍‍ ଟ୍ରାନ୍ସପୋର୍ଟ ଏଜେନ୍ସି) ଦ୍ୱାରା ସିଧାସଳଖ ସମସ୍ତ ସ୍ଥାନର କ୍ୟାମେରାକୁ ମନିଟରିଂ କରାଯାଉଥିବା ଜଣାପଡିଛି । ବେପରୁଆ ଗାଡି ଚାଳନା, ବିନା ହେଲମେଟ୍‍ରେ ଗାଡିଚାଳନା ସମେତ ସଡକ ସୁରକ୍ଷା ନିୟମକୁ ଉଲଙ୍ଘନ କରୁଥିବା ଗାଡି ଗୁଡିକ ଉପରେ ଏହି କ୍ୟାମେରା ତୀକ୍ଷଣ ନଜର ରଖୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ