ସିୟୁଟିଏମ୍ ରେ ଅତ୍ୟାଧୁନିକ ଯାନ୍ତ୍ରୀକ ଶିକ୍ଷା “ନଲେଜ ଅନ୍ ହ୍ୱିଲ୍ସ” ଉଦ୍ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଅତ୍ୟାଧୁନିକ ଯାନ୍ତ୍ରୀକ କୌସଳ ଦ୍ୱାରା ପ୍ରଥମଥର ପାଇଁ ଏକ ନୁତନ ପଦ୍ଧତି “ନଲେଜ ଅନ୍ ହ୍ୱିଲ୍ସ”ରେ ପାରଳାଖେମୁଣ୍ଡି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଏକ ଭିନ୍ନ ଧରଣର ଶିକ୍ଷାଦାନ ପଦ୍ଧତି ଆରମ୍ବ ହୋଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆଲୁରୀ ନଗରଠାରେଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଠାରେ “ନଲେଜ ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ ଉଦ୍ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଏହି “ନଲେଜ ଅନ୍ ହ୍ୱିଲ୍ସ” ନାମକ ଗାଡିରେ ତ୍ରିଡି ପ୍ରିଣ୍ଟର, ତ୍ରିଡି ପ୍ରଜେକ୍ସନ ଇତ୍ୟାଦି ବିଭିନ୍ନ ଆଧୁନିକ ଯାନ୍ତ୍ରିକ କୌଶଳ ରଖାଯାଇଛି । ଯାହାଦ୍ୱାରା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବର୍ଗର ନାଗରିକମାନେ ଅତ୍ୟାଧୁନିକ କୌଶଳ ବିଷୟ ସହଜରେ ଜାଣିପାରିବେ ଏବଂ ଅନୁଭବ କରିପାରିବେ ବୋଲି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍.ରାଓ ଯୋଗଦେଇ ଆଧୁନିକ ଯାନ୍ତ୍ରିକ କୌଶଳ ଲୋକଙ୍କ ପାଖରେ ଏବଂ ଛାତ୍ରଛାତ୍ରୀମାନଙ୍କ ପାଖରେ ପହଞ୍ଚାଇବାପାଇଁ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏପରି ପ୍ରୟାସ କରାଯାଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡେପୁଟି ରେଜିଷ୍ଟ୍ରାର ସନ୍ଦୀପନ ପାଇନ୍, ମ୍ୟାନେଜର ରାମପ୍ରସାଦ ଦାସ, ଡ.ଦୁର୍ଗା ପ୍ରସାଦ ପାଢୀ, ଡିନ୍ ଏସ୍.ପି.ନନ୍ଦ, ପୂର୍ବତ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ