ଏସ୍‌ପିଙ୍କ ବିବାଦୀୟ ମନ୍ତବ୍ୟର କଡ଼ା ଜବାବ୍ ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ମିରଟ ଏସ୍‌ପି ଅଖିଳେଶ ନାରାୟଣ ସିଂଙ୍କ ବିବାଦୀୟ ମନ୍ତବ୍ୟର କଡ଼ା ଜବାବ୍ ରଖିଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଆବାସ୍‌ ନକ୍‌ଭୀ। ପ୍ରକାଶ ଯେ, ୧୮ରୁ ୨୫ ବର୍ଷ ବୟସ୍କ ଯୁବକମାନେ ପାକିସ୍ତାନ ସପକ୍ଷବାଦୀ ନାରା ଦେଉଥିବା ବେଳେ ମିରଟ୍‌ ଏସ୍‌ପି ଅଖିଳେଶ ନାରାୟଣ ସିଂ ପାକିସ୍ତାନ ପଳେଇଯିବା ପାଇଁ କହିଥିଲେ । ଏପରି ଦାୟିତ୍ବହୀନ ମନ୍ତବ୍ୟ ପାଇଁ ଏସ୍‌ପିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନକ୍‌ଭୀ କହିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର କେନ୍ଦ୍ରମନ୍ତ୍ରୀ ନକ୍‌ଭୀ କହିଛନ୍ତି, ଯଦି ଭିଡିଓ ଅନୁଯାୟୀ ଏସ୍‌ପି ଏପରି ମତାମତ ଦେଇଥାନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ