ବାପା ସାଜିଲା କାମରୁପି ସଇତାନ

ଦେଶରେ ଦ୍ରୁତ ଗତିରେ ବଢିଚାଲିଛି ଦୁଷ୍କର୍ମକାରୀ ମାନଙ୍କ ସଂଖ୍ୟା । ନାବାଳିକା ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ନିଜକୁ କେହି ସୁରକ୍ଷିତ ମଣିପାରୁନାହାନ୍ତି । ପ୍ରତି ଚଲା ପଥରେ କେବେ କାହା ସହିତ ଦୁଷ୍କର୍ମ ହେବ କିଏ ବି କହିବା ମୁସ୍କିଲ । ନିଜକୁ କେହି ସୁରକ୍ଷିତ ମଣି ପାରୁନାହାନ୍ତି । ଏପରିକି ନିଜର ସନ୍ତାନ ମାନଙ୍କୁ ସ୍କୁଲରେ ଛାଡିଲେ ମଧ୍ୟ ସ୍କୁଲରୁ ଫେରିବା ପର୍ଯ୍ୟନ୍ତ ମା ଅପେକ୍ଷା କରିରହିଥାଏ । କେତେବେଳେ ଶିକ୍ଷକ ନିଜର ସ୍କୁଲର ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରି ସମାଜ ପାଇଁ ଗୁରୁ ଶବ୍ଦରେ କଳଙ୍କିିତ ଅଧାୟ ସୃଷ୍ଟି କରିଛି ତ କେତେବେଳେ କାମନା ବାସନାରେ ନିଜର ଭୋକ ମେଣ୍ଟାଇବା ପାଇଁ ନାରୀ ମାନଙ୍କୁ ଦୁଷ୍କର୍ମ କରି ବର୍ବରକାଣ୍ଡ ଘଟାଇଥ୍‌ôବା ଆମ ସଭ୍ୟ ସମାଜ ପାଇଁ ଯେତିକି ଅଶୁଭଙ୍କର ସେତିକି ଆଗାମୀ ପିଢି ପାଇଁ ଭୟଙ୍କର ।କିନ୍ତୁ ଛତିଶଗଡ ରାଜ୍ୟରେ ଏଭଳି କିଛି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ବି ଦେହର ଲୋମ ଟାଙ୍କୁରି ଉଠିବ । ଛତିଶଗଡ ରାଜ୍ୟରେ ଜଣେ ନାବାଳିକା ଝିଅକୁ ଦୀର୍ଘ ୬ ବର୍ଷ ଧରି ଦୁଷ୍କର୍ମ କରୁଥିଲା ନିଜର ଜନ୍ମକଲା ବାପା । ବାପା ଭଳି ଶବ୍ଦରେ କଳଙ୍କ ଲାଗିଛି । ନିଜର ଝିଅ ସହିତ ୨୦୧୪ ମସିହା ଠାରୁ ଲଗାତାର ୨୦୧୯ ମସିହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ନିଜର ଝିଅକୁ ଦୁଷ୍କର୍ମ କରିଚାଲିଥିଲା ବାପା । ଏପରିକି ମା କିମ୍ବା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା । ଦୁଷ୍କର୍ମକାରୀ ବାପା ନିଜ ଘରେ ହିଁ ନିଜର ଝିଅ ସହିତ କରୁଥିଲା ଦୁଷ୍କର୍ମ ।ଶେଷରେ ସୀମା ଟପିବାରୁ ନାବାଳିକା ଝିଅଟି ସାହାସର ସହିତ ନିଜର ମାଁକୁ କହିଥିଲା ଏହା ପରେ ୧୭ ବର୍ଷିୟ ନାବାଳିକା ଝିଅ ଓ ମା ଛତିଶଗଡ ପୋଲିସ ନିକଟରେ ଚଳିତ ଜୁନ୍ ମାସରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ବାପାକୁ କୋର୍ଟ ଚାଲାଣ କରିଥିଲା । କୋର୍ଟ ମଧ୍ୟ ଦୋଷୀଙ୍କୁ ଜୀବନ ସାରା ଜେଲରେ କାଳ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ