‘କାଳିଆ’କୁ କେହି ଅଟକାଇ ପାରିବେ ନାହିଁ, ସାରା ଦେଶକୁ ବାଟ ଦେଖାଉଛି : ମୁଖ୍ୟମନ୍ତ୍ରୀ

ବରଗଡ଼ : ‘କାଳିଆ’କୁ କେହି ଅଟକାଇ ପାରିବେ ନାହିଁ। ‘କାଳିଆ’ ଯୋଜନା ସାରା ଦେଶକୁ ବାଟ ଦେଖାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବରଗଡ଼ ଜିଲା ସୋହେଲା ବ୍ଲକର ଇଚ୍ଛାପାଲୀ ଠାରେ ଗୁରୁବାର ଅନୁଷ୍ଠିତ ଚାଷୀ ମହାସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବରଗଡ଼ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୫୧୫ କୋଟିରୁ ଅଧିକ ଟଙ୍କାର ୧୭ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୧୪୯୫ କୋଟିରୁ ଅଧିକ ଟଙ୍କାର ୩୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ କାଳିଆ ଯୋଜନାରେ ୧୪ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ପୁରୀ, ଗଞ୍ଜାମ, କେନ୍ଦୁଝର ଓ କେନ୍ଦ୍ରାପଡା ପରେ ଆଜି ବରଗଡ଼ରେ ଏହି ଚାଷୀ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗଦ ସୁବିଧା ହସ୍ତାନ୍ତର ଯୋଜନାରେ ଚାଷୀଙ୍କ ଖାତାରେ ଟଙ୍କା ଜମା କରାଯାଉଛି । ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ଚାଷୀଙ୍କ ଖାତାରେ ଜମା କରାଯାଉଛି।

ଅନ୍ୟପକ୍ଷରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଥିବା ବେଳେ, ବରଗଡ଼ରେ ସରକାରଙ୍କ ପକ୍ଷରୁ ଚାଷୀ ଏହି ମହାସମାବେଶର ଆୟୋଜନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ