ଶାନ୍ତି ଶୃଙ୍ଖଳାର ସହ ଜିରୋନାଇଟ୍ ପାଳିଲେ ମହାନଗରବାସୀ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ସୁଖ ଦୁଃଖର ବହୁ ସ୍ମୃତିକୁ ସ୍ମରଣ କରି ୨୦୧୯ ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷ ୨୦୨୦ କୁ ଜାକ ଜମାକ୍ର ସହ ସ୍ୱାଗତ କରିବା ପାଇଁ ଜିରୋନାଇଟ୍ ପାଳନ କରିଛନ୍ତି ମହାନଗରବାସୀ । ବିଭିନ୍ନ ହୋଟେଲ,କ୍ଲବ ଓ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ୱାଗତ କରିବା ପାଇଁ ବିଭିନ୍ନ ରଂଗାରଂଗ କାର‌୍ୟ୍ୟକ୍ରମ ଅୟୋଜନ କରାଯାଇଥିବା ବେଳେ ଓଡିଆ ଚିତ୍ରତାରକାଙ୍କ ସମେତ ଟେଲି ସିରିଏଲ ଓ ଯାତ୍ରା ଜଗତର ନାମୀଦାମି କଳାକାର ମାନଙ୍କୁ ନେଇ ରଂଗାରଂଗ ମନୋରଂଜନ କାର‌୍ୟ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ଶାନ୍ତି ଶୃଙ୍ଖଳାର ସହ ଜିରୋନାଇଟ୍ ପାଳିଲେ ମହାନଗରବାସୀ

ଏଥିରେ ଆବାଳ ବୃଦ୍ଧ ବନିତା ଏକ ହୋଇ ୨୦୧୯ କୁ ବିଦାୟ ଦେବା ସହ ଜିରୋନାଇଟ୍ ପାଳି ନୂତନ ବର୍ଷ ୨୦୨୦କୁ ସ୍ୱାଗତ କରିଥିଲେ । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଖାଦ୍ୟପେୟର ମଧ୍ୟ ବନ୍ଦୋବସ୍ତ ହୋଇଥିବା ଦେଖିବାକୁ ମିଳିଛି । ଜିରୋ ନାଇଟ୍ ପାଳନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଜିରୋନାଇଟ ପାଳନ କରିଛନ୍ତି ମହାନଗରବାସୀ । ମଙ୍ଗଳବାର ଜିରୋନାଇଟ ପଡୁଥିବାରୁ ବିଭିନ୍ନ ଆମିଷ ବଜାରରେ ଜନସାଧାରଣଙ୍କ ଭିଡ ଜମିରହିଥିବା ବେଳେ ସଂନ୍ଧ୍ୟାରେ ବିଭିନ୍ନ ବାର ଓ ମଦ ଦୋକାନରେ ଯୁବପିଢିଙ୍କ ଭିଡ ରହିଥିବା ଦେଖିବାକୁ ମିଳିଥିଲା । ୨୦୨୦ ମସିହା ଟି ସମସ୍ତଙ୍କର ସୁଖ ,ଶାନ୍ତି, ମୈତ୍ରୀ ଓ ପ୍ରଗତିର ବର୍ଷ ହେଉବୋଲି ଅଭିନନ୍ଦନ ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ