ଆଦିବାସୀପଲ୍ଲୀରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର, ବିଦାୟ ନେଇଛି ୨୦୧୯ । ଇଂରାଜୀ ନବବର୍ଷକୁ ସ୍ୱାଗତ କରିବାକୁ ରେସ୍ତୋରାଁ, ପଞ୍ଚତାରକା ହୋଟେଲ ଓ କ୍ଲବରେ ଜିରୋ ନାଇଟ୍ ସେଲିବ୍ରେସନ ଚାଲିଥିଲା ବେଳେ ପାର୍କ, ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭୋଜିଭାତର ଆସର ଦେଖିବାକୁ ମିଳିଥିଲା । ଭିନ୍ନ ଭିନ୍ନ ଢଙ୍ଗ ଓ ପରମ୍ପରାରେ ଇଂରାଜୀ ନବବର୍ଷକୁ ସ୍ୱାଗତ କରାଯାଇଥିଲା । ଘରେ, ଅଫିସ୍‌ରେ ସବୁଠି ମିଠା ବଣ୍ଟନ ସାଙ୍ଗକୁ ଉପହାର
ଫୁଲତୋଡ଼ା ସହ ଗ୍ରୀଟିଙ୍ଗ୍‌ସ କାର୍ଡ଼, ଇମେଲ୍‌, ମୋବାଇଲ୍‌, ହ୍ୱାଟସ୍‌ଆପରେ ପରସ୍ପରକୁ ଶୁଭେଚ୍ଛାର ସୁଅ ଦେଖିବାକୁ ମିଳିଥିଲା । ଏସବୁକୁ ବ୍ୟତିକ୍ରମ ଘଟାଇ ସ୍ମାର୍ଟ ସିଟି ଭୁବନେଶ୍ୱରଠାରୁ ଅଳ୍ପ ଦୂରରେ ଥିବା
ଛତାବର ପଞ୍ଚାୟତ ଅଧିନସ୍ଥ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା କନ୍ଦଳେଇ ଆଦିବାସୀପଲ୍ଲୀରେ ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଯେଉଁଠି ଦିନକୁ ଦୁଇବେଳା
ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇଥାଏ । ସେମାନଙ୍କ ପାଇଁ ନୂଆବର୍ଷର ମାନେ କ’ଣ? ସେମାନଙ୍କ ପାଖରେ କ’ଣ ମହତ୍ୱ ରଖେ ଜିରୋ ନାଇଟ୍‌, ବଲିଉଡ୍ ସୋ । ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ‘ଆଶ୍ରା’ ପକ୍ଷରୁ ପଲ୍ଲୀର ପିଲାମାନଙ୍କୁ ବେଲୁନ୍‌, ବିସ୍କୁଟ, ଚକୋଲେଟ ବଣ୍ଟନ ସହ ପାରମ୍ପରିକ ନାଚଗୀତ ସହ ବେଲୁନ୍ ଫୁଟାଇ ନୂଆବର୍ଷକୁ ପାଳନ କରିଥିଲେ । ନୂଆବର୍ଷରେ ଜଙ୍ଗଲ ସୁରକ୍ଷା ପାଇଁ ନୂଆ କାର୍ଯ୍ୟକ୍ରମ କରିବା ପାଇଁ ବିଦ୍ୟାର୍ଥୀମାନେ ସଂକଳ୍ପ ନେଇଥିଲେ । ସମାଜର ମୁଖ୍ୟ ସ୍ରୋତରେ ଏମାନଙ୍କୁ ସାମିଲ୍‌ କରିବା ଆମର ମୂଳ ଲକ୍ଷ୍ୟ ଓ ସଂକଳ୍ପ ବୋଲି ଏହି ଅବସରରେ ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କନ୍ଦଳେଇର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ବାଲୁକା ଶିଳ୍ପୀ ସୁବଳ ମହାରଣା, ସାମାଜିକ କର୍ମୀ ପ୍ରଦୀପ୍ତ ରଞ୍ଜନ ରାଉତ, ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ