ଡାକ ମଣ୍ଡଳର ୭୪ ତମ ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ଆଜି ଦିବା ୧୧ ଘଟିକା ସମୟରେ ବାଲେଶ୍ବର ଡାକ ମଣ୍ଡଳର ୭୪ତମ ପ୍ରତିଷ୍ଠା ଦିବସ ପାଳନ ଦିବସ ଏବଂ ୧୪୩ ତମ ଡାକ ଜୀବନ ବୀମା (PLI) ଦିବସ ସହଦେବଖୁଣ୍ଟା, ବାଲେଶ୍ବର ସ୍ଥିତ ବାଲେଶ୍ବର ଡାକ ମଣ୍ଡଳର ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଉତ୍ସାହ ଓ ଗର୍ବର ସହିତ ପାଳନ ହୋଇଛି । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଶ୍ରୀ ତାପସ କୁମାର ଦାଶ, ଡାକ ଅଧିକ୍ଷକ, ବାଲେଶ୍ବର ଡାକ ମଣ୍ଡଳ ଏହି ସଭାରେ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ସତ୍ୟବାଦୀ ବିଶ୍ବାଳ, DDM (PLI), ଓଡିଶା ଡାକ ପରିମଣ୍ଡଳ, ମୁଖ୍ୟ ବକ୍ତା – ଶ୍ରୀ ବସନ୍ତ କୁମାର ସିଂଘ, ଡାକ ,ଅଧିକ୍ଷକ ସମ୍ବଲପୁର ଡାକ ମଣ୍ଡଳ, ସମ୍ମାନନୀୟ ଅତିଥି ଭାବେ ଶ୍ରୀ ବନମାଳୀ ପାତ୍ର, ଅବସରପ୍ରାପ୍ତ ଅତିରିକ୍ତ ନିର୍ଦେଶକ (ଡାକ ଜୀବନ ବୀମା ) ଆସାମ ଡାକ ପରିମଣ୍ଡଳ, ସମ୍ମାନନୀୟ ଅତିଥି ଭାବେ ଶ୍ରୀ ବିରଂଚି ନାରାୟଣ ସାମଲ, ବରିଷ୍ଟ ବ୍ରାଞ୍ଚ ମ୍ୟାନେଜର, ଇଣ୍ଡିଆ ପୋଷ୍ଟ ପେମେଟସ ବାଙ୍କ (IPPB) ଭାବେ ଏଠାରେ ଯୋଗ ଦେଇଥିଲେ । ଏହି ଅବସରରେ ରବିନ୍ଦ୍ର କୁମାର ପାତ୍ର ଏବଂ ନମିସା ବାରିକ ମଞ୍ଚ ପରିଚାଳନା କରିଥିଲେ। ବାଲେଶ୍ବର ଡାକ ମଣ୍ଡଳର ୭୪ ବର୍ଷର ଦୀର୍ଘ ସମର୍ପିତ ସେବା ସହିତ ଡାକ ଜୀବନ ବୀମା (PLT) ର ଗୁରୁତ୍ବକୁ ଉଲ୍ଲେଖ କରାଯାଇଥିଲା, ଯାହା ସରକାରୀ କର୍ମଚାରୀ ଓ ସାଧାରଣ ଜନସାଧାରଣଙ୍କୁ ସୁରକ୍ଷିତ, ସହଜ ଓ ଭରସାଯୋଗ୍ୟ ଜୀବନ ବୀମା ସୁବିଧା ପ୍ରଦାନ କରୁଛି। ଏହି ଅବସରରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ କହିଥିଲେ ଯେ, ଭାରତୀୟ ଡାକ ବିଭାଗ ଆଧୁନିକ ପ୍ରଯୁକ୍ତିକୁ ଆପଣେଇ ଏକ ଲୋକକେନ୍ଦ୍ରିକ ଓ ସେବାମୂଳକ ସଂସ୍ଥାରେ ପରିଣତ ହୋଇଛି, ଯେଉଁଥିରେ ଆସ୍ଥା, ଭରସା ଓ ଦାୟିତ୍ବବୋଧ ଅତୁଟ ରହିଛି I ଡାକ କର୍ମଚାରୀମାନଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ସେମାନଙ୍କୁ ସାଧୁବାଦ ଜଣାଯାଇଥିଲା । ଡାକ ଜୀବନ ବୀମା (PLI) ଓ ଗ୍ରାମୀଣ ଡାକ ଜୀବନ ବୀମା (RPLI) ଯୋଜନା ମାଧ୍ୟମରେ ସହର ଓ ଗ୍ରାମାଞ୍ଚଳର ଲୋକମାନଙ୍କୁ ବୀମା ସୁରକ୍ଷା ଯୋଗାଇବାରେ ଡାକ ବିଭାଗର ଭୂମିକାକୁ ଆଲୋକପାତ କରାଯାଇଥିଲା I ସେସହ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (IPPB), ସିଧାସଳଖ ଲାଭ ହସ୍ତାନ୍ତର (DBT), ପିଡ଼ ପୋଷ୍ଟ ଓ ପାର୍ସେଲ୍ ସେବା, ଆଧାର ସେବା ଏବଂ ଇ-କମର୍ସ ସମର୍ଥନ ସେବା ଭଳି ଗୁରୁତ୍ଵପୂର୍ଣ ସେବାଗୁଡ଼ିକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା । ପ୍ରତିଷ୍ଠା ଦିବସ ଓ PLI ଦିବସ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  ବାଲେଶ୍ଵର ଡାକ ମଣ୍ଡଳ ଡାକ ସେବା – ଜନ ସେବା ଲକ୍ଷ୍ୟ ସହ ସମନ୍ବୟ ରଖ୍ ସୁଲଭ, ଶସ୍ତା ଓ କାର୍ଯ୍ୟକୁଶଳ ଡାକ ଓ ଆର୍ଥିକ ସେବା ପ୍ରଦାନ ପାଇଁ ନିଜ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲା I ସଭା କାର୍ଯ୍ୟକ୍ରମ ସରିବା ପରେ ବିଭିନ୍ନ ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଜିଲ୍ଲାର ଡାକ ଅଧିକ୍ଷକ ଓ ଅବସର ପ୍ରାପ୍ତ ଡାକ ଅଧିକ୍ଷକ ମାନଙ୍କୁ ସମ୍ମାନୀତ କରାଯାଇଥିଲା।  ଉତ୍‌କୃଷ୍ଟ କାର୍ଯ୍ୟ ପାଇଁ କିଛି ଡାକ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ