ବ୍ରିଜ୍ ତଳକୁ ଖସିଲା ୨ ବାଇକ, ୩ ମୃତ ୨ ଗୁରୁତର

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡା ବ୍ରିଜ୍‌ର ୩୦ ଫୁଟ୍ ତଳକୁ ଦୁଇଟି ବାଇକ ଖସି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ନିକଟସ୍ଥ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତିକରାଯାଇଛି । ମୃତକ ମାନଙ୍କ ପରିଚୟ ସନ୍ତୋଷ ଗୈାଡ (୩୨), ବାବୁଲା ଗୈାଡ (୨୯),ଜିତୁ ଗୈାଡ (୨୭) ବୋଲି ଜଣାପଡିଛି ।ଆହାତ ମାନଙ୍କ ପରିଚୟ ମିଟୁ ଗୈାଡ (୩୦) ଏବଂ ଶିବରାମ ସ୍ୱାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସଂନ୍ଧ୍ୟା ପ୍ରାୟ ୭ ଟା ସମୟରେ ୨ ଟି ବାଇକରେ ୫ ମିଶି ପଦ୍ମତୋଳା ଠାରୁ ରାଇଝୋଳ ଅଭିମୁଖେ ଆସୁଥିବା ବେଳେ ଏହି ରାସ୍ତାରେ ଦୁର୍ଘଟଣା ଘଟିଛି । ଖବର ପାଇ ଦମକଳ ବାହିନୀ ଓ ପୋଲିସ ଟିମ୍ , ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ମେଡିକାଲରେ ଭର୍ତ୍ତିକରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ