ବି.କରଡ଼ାବାଡ଼ି ହାଇ ସ୍କୁଲରେ ୭୬ତମ ବନ ମହୋତ୍ସବ
ବୁଗୁଡା(ଅନୀଲ କୁମାର ମହାରଣା) : ଗଂଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଇକୋ କ୍ଲବ ପକ୍ଷରୁ ୭୬ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବିଇଓ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଏହି ବନ ମହୋତ୍ସବର ମହତ ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ପ୍ରକାଶ କରିଥିଲେ। ଏହି ବନ ମହୋତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ବିରଞ୍ଚିପୁର କ୍ଳଷ୍ଟର ସିଆରସିସି ଦେବଦତ୍ତ ମହାନ୍ତି, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।