ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର : ରାଜ୍ୟବ୍ୟାପୀ ବିଭିନ୍ନ ବନଖଣ୍ଡ ଓ ଜଳାଶୟରେ ଶୁକ୍ରବାର ପକ୍ଷୀଗଣନା ଆରମ୍ଭ ହୋଇଛି। ଗଣନାରେ ୨୫ ରୁ ଅଧିକ ଟିମ ଓ ହଜାର ରୁ ଅଧିକ ସଦସ୍ୟ ସାମିଲ ରହିଛନ୍ତି। ଅନୁଗୁଳ ସାତକୋଶିଆରେ ୧୦ ଟି ଟିମ ନିୟୋଜିତ ହୋଇଛନ୍ତି। ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବହୁ ବିରଳ ତଥା ବିଦେଶାଗତ ପକ୍ଷୀଙ୍କ ପ୍ରିୟ ସ୍ଥଳୀ ରୂପେ ମହାନଦୀ ରିଭର ସିଷ୍ଟମ ବେଶ ଜଣାଶୁଣା। ବିଶେଷ କରି ବ୍ରାହ୍ମଣୀ ଡକ୍, ଇଣ୍ଡିଆନ ସ୍କିମର, ବାର ହେଡେଡ଼ ଗିଜ ଆଦି ପ୍ରଜାତିର ପକ୍ଷୀଙ୍କ ସମାଗମ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହୋଇଥାଏ। ମହାନଦୀ ରିଭର ସିଷ୍ଟମ ସହ ଶିଶୁ ପଥର ଡ଼୍ୟାମରେ ପକ୍ଷୀ ଗଣତି ଜାରି ରହିଛି। ମୟୂରଭଞ୍ଜର ଶିମିଳିପାଳ ସଂଲଗ୍ନ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଆଜି କେବଳ ପକ୍ଷୀଗଣନା ହେବ ଓ ଆସନ୍ତା ୯ ରୁ ୧୧ କୁମ୍ଭୀର ଗଣନା ହେବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ