ନାଉଗାଁ ବ୍ଳକରେ ୭୭ତମ ଗଣତନ୍ତ ଦିବସ ପାଳିତ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ମଙ୍ଗଳବାର ୭୭ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟରେ ଉପାଧ୍ୟକ୍ଷ ସୁଜିତ ପୁହାଣ, ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଶରତ ପରିଡା,ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ସ୍ୱପ୍ନା ମହାପାତ୍ର, ବିଜେପି ମଣ୍ଡଳ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ବିଚିତ୍ରାନନ୍ଦ ଲେଙ୍କା, ବ୍ଳକ ବିଜେଡି କାର୍ଯ୍ୟାଳୟରେ ସଭାପତି ନିରଞ୍ଜନ ବେହୁରା ଆଦି ପତାକା ଉତୋଳନ କରିଥିଲେ। ଏହି ପରିପ୍ରେକ୍ଷୀ ବିଜେପି ନେତା ଦୀପକ ବିଶ୍ୱାଳ ଡେରିକିରେ ଥିବା କାର୍ଯ୍ୟାଳୟରେ ପତାକା ଉତୋଳନ କରିଥିଲେ। ତାଙ୍କ ସହିତ ବରିଷ୍ଠ ବିଜେପି ନେତା ବିନୟ ଭୂଷଣ ମାହାପତ୍ର, ଭିକାରୀ ସ୍ୱାଇଁ, ଦୀପକ ଜେନା, ବିବେକାନନ୍ଦ ବାରିକ, ପବିତ୍ର ପଣ୍ଡା, ଗଣେଷ ମୁଦୁଲି,ତାପସ ବିଶ୍ୱାଳ, ବାବୁରାମ ସ୍ୱାଇଁଙ୍କ ସମେତ ମା’ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ। ଏହା ସହିତ ବ୍ଳକରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କ୍ଲବ ଆଦିରେ ପତାକା ଉତୋଳନ କରାଯାଇ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ