ସିନାପାଲିରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ସିନାପାଲି,(ଲିଲାମ୍ବର ନାଗ):ନୂଆପଡ଼ା ଜିଲ୍ଲା ର ସିନାପାଲି ସଦର ସ୍ଥିତ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଗରିମା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ସିନାପାଲି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ବ୍ରଜମୋହନ ଧାକଡ଼ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନାରାୟଣ ମଙ୍ଗରାଜ ଉପସ୍ଥିତ ଥିଲେ ।ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତ ସଦସ୍ୟ ଦେଶପ୍ରେମ, ଜାତୀୟ ଏକତା ଓ ସଂବିଧାନ ପ୍ରତି ନିଷ୍ଠା ରଖିବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସଂଘ ସ୍ଥାପନାରେ ଅଗ୍ରଣୀ ଭୂମିକା ନିଭାଇଥିବା ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ସାଗର, ବିଗ୍ନରାଜ ତାଣ୍ଡି, ଧର୍ମେନ୍ଦ୍ର କୁମାର ଗହିର, ବନବିହାରୀ ମେହେର, ସୁଶାନ୍ତ ନାଏକ, ଝଙ୍କେଶ୍ୱର, ପରମେଶ୍ୱର, ଯୌବନ,ଗୟାରାମ ମେହେର, ମଳୟ ମେହେର, ଦିନେଶ, ଅରବିନ୍ଦ ହୋତା ସହ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ। ଅତିଥିମାନେ ତାଙ୍କ ଉଦ୍ବୋଧନରେ ସାମ୍ବାଦିକତାର ଦାୟିତ୍ୱ, ସତ୍ୟନିଷ୍ଠା ଓ ସମାଜ ସେବାରେ ସାମ୍ବାଦିକଙ୍କ ଭୂମିକାକୁ ଗୁରୁତ୍ୱ ଦେଇ, ଆଗାମୀ ଦିନରେ ସଂଘ ଅଧିକ ସକ୍ରିୟ ଭାବେ ସମାଜ ଉନ୍ନତିରେ ଭୂମିକା ନିଭାଇବାକୁ ଆହ୍ୱାନ ଜଣାଇଥିଲେ। ସାଧାରଣତନ୍ତ୍ର ଦିବସର ଏହି ଗରିମାମୟ ଆୟୋଜନ ସିନାପାଲି ଅଞ୍ଚଳରେ ଦେଶପ୍ରେମ, ସାମ୍ବାଦିକ ଏକତା ଓ ସାମାଜିକ ସଚେତନତାର ଏକ ସ୍ମରଣୀୟ ପରିବେଶ ସୃଷ୍ଟି କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ