ସଇତାନ ବାପା…

ମୁମ୍ବାଇ: ସମାଜରେ କେହି ନୁହେଁ କାହାର । ଏଭଳିକି ପିତା ମାତା ବି ନିଜର ନୁହେଁ । ହଁ ଆଜ୍ଞ। ଏକଥା ଆପଣଙ୍କୁ ଅବିଶ୍ୱାସ ଲାଗିଥାଇପାରେ । କିନ୍ତୁ ଏଭଳି କିଛି ସଇତାନ ରୁପି ବାପା ଓ ମା ମାନଙ୍କ ପାଇଁ ସମାଜରେ ଲାଗୁଛି କଳଙ୍କର ଦାଗ । ବିଭିନ୍ନ ସମୟରେ ନିଜର ପିତା ଓ ମାତା ଆର୍ଥିକ ଅନଟନ ରୁ ମୁକ୍ତି ନିମନ୍ତେ ନିଜର ଛୁଆକୁ ବିକ୍ରି କରିଦେବାର ନଜିର ରହିଥିବା ବେଳେ ଅନେକ ସମୟରେ ନିଜର କାମନା ବାସନା ମେଣ୍ଟାଇବା ନିମନ୍ତେ କିଛି ସଇତାନ ବାପା ନିଜର ଝିଅ ଓ ପୁଅକୁ ଅନ୍ୟ ହାତକୁ ଟେକି ଦେବାର ନଜିର ରହିଛି । ତେବେ ଜଣେ ବାପା ନିଜର ୧୭ ବର୍ଷିୟ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଘଟଣା ଅଂଚଳରେ ବେଶ୍ ଚାଞ୍ଚଲ୍ୟ ଖେଳାଇଦେଇଛି । ଝିଅଟିର ତାଙ୍କ ପ୍ରେମିକ ସହ ଥିବା ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରଖି ବ୍ୟକ୍ତି ଜଣକ ବାରମ୍ବାର ନାବାଳିକା ଜଣକୁ ବ୍ଲାକ୍ମେଲ୍ କରି ଦୁଷ୍କର୍ମ କରିବା ଲଜ୍ଜାକର କାର‌୍ୟ୍ୟ । ପୋଲିସ ଦୁଷ୍କର୍ମ କାରୀ ବାପାଙ୍କୁ ଗିରଫ କରିବା ସହ ନାବାଳିକାର ପ୍ରେମିକକୁ ମଧ୍ୟ ଗିରଫ କରିଛି । ଅନ୍ୟ ପଟେ ନାବାଳିକା ପ୍ରେମିକକୁ ଗିରଫ କରି ଛାଡିଦେଇଥିବା ବେଳେ ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୧୯ ତାରିଖ ଦିନ ନାବାଳିକା ସହ ପ୍ରେମିକର ଆପତ୍ତି ଜନକ ଭିଡିଓ ନାବାଳିକାର ମା ମୋବାଇଲ ଦେଖିବା ସମୟରେ ଆପତ୍ତିଜନକ ଦୃଶ୍ୟ ଦେଖିବା ସହ ନିଜର ସ୍ୱାମୀ କଣ୍ଠ ସ୍ୱ୍‌ର ଶୁଣୀ ସ୍ତ୍ରୀ ଆଚମ୍ବିତ ହୋଇଯାଇଥିଲେ । ପିଡିତା ଝିଅଠାରୁ ସବୁ ଶୁଣିବା ପରେ ମା ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ଗତ ଜୁଲାଇ ମାସରେ ନାବାଳିକା ଘରକୁ ପ୍ରେମିକ ଜଣକ ଆସିଥିବା ବେଳେ ତାଙ୍କ ସହ କିଛି ଆପତ୍ତିଜନକ ଦୃଶ୍ୟ ନିଜର ବାପା ମୋବାଇଲରେ ରେକଡିଂ କରି ବିଭିନ୍ନ ସମୟରେ ନାବାଳିକା ଜଣକୁ ପୋଲିସ ବ୍ଲାକମେଲିଂ କରୁଥିଲା । ପୋଲିସ ପେସ୍କୋ ଆକ୍ଟରେ ଅଭିଯୁକ୍ତ ବାପାକୁ ଗିରଫ କରି ତଦନ୍ତ ଜାରୀ ରଖିଛି । ଅନ୍ୟ ପଟେ ଭାରତୀୟ ସଂସ୍କୃତିରେ ପିତା ଓ ମାତାଙ୍କୁ ଦେବତା ବୋଲି ପୂଜା କରିବା ସହ ବାପା ମାଙ୍କ ଋଣ କେବେ ପିଲା ମାନେ ଜୀବନରେ ଋଣ ସୁଝି ପାରିନଥାଏ । କିନ୍ତୁ ସମାଜରେ ଏଭଳି ବାପା ଓ ମା ଙ୍କ ପାଇଁ ସମାଜରେ କଳଙ୍କ ଲାଗିଥିବା ବେଳେ ଆଜି ବି ପିତା ଓ ମାତାଙ୍କ ସ୍ଥାନ କେହି ପୁରଣ କରିପାରିବେ ନାହିଁ । କିନ୍ତୁ ଏଭଳି ସଇତାନ ବାପା ଓ ମା ମାନଙ୍କ ବିରୋଦ୍ଧରେ ପିଡିତ ଓ ପିଡିତା ମାନେ ଅନ୍ୟାୟକୁ ପ୍ରଶୟ ନଦେଇ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିବାକୁ ଦାବୀ ହୋଇଛି ।

Share

Leave a Reply

Your email address will not be published. Required fields are marked *

error: Content is protected !!