ବିଜେଡି ବିଧାୟକଙ୍କୁ ଲାଗିଛି କାଳିସୀ !

ଅନୁଗୋଳ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗ୍ରାମରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସାମ୍ବଦଶମୀ ପାଳନ କରାଯାଉଥିବା ବେଳେ ଆଠମଲ୍ଲିକର ବିଜେଡି ବିଧାୟକ ରମେଶ ସାଏଙ୍କ କଳସୀ ଲାଗିଥିବା ଚର୍ଚ୍ଚା ଚାଲିଛି । ଗ୍ରାମରେ ଗୋଣ୍ଡ  ସମାଜ ପକ୍ଷରୁ ଆଜି କଳସ ଯାତ୍ରା ଚାଲିଥିବା ବେଳେ ହଠାତ୍ ବିଧାୟକଙ୍କ ହାତ ଗୋଡ ଥରିବା ସହ ଦୋହଲିବା ଦେଖିବାକୁ ମିଳିଥିଲା ।ଅନ୍ୟ ପଟେ ବିଧାୟକ ମଧ୍ୟ ହାତରେ ଖଣ୍ଡା ଧରି ନୃତ୍ୟ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ପୁଜା କରୁଥିବା ଦେଖିବାକୁ ମିଳିଛି । ବିଧାୟକଙ୍କ  ଏଭଳି ପ୍ରଦର୍ଶନ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଧାୟକଙ୍କୁ କାଳିସୀ ଲାଗିଛି ବୋଲି ବେଶ୍ ଚର୍ଚ୍ଚା ଚାଲିଥିଲା ।  ଏଥିସହ ଅନ୍ଧ ବିଶ୍ୱାସରେ କିଭଳି ବସବର୍ତ୍ତୀ ହେଲେ ନା ଖୁସୀରେ ଏଭଳି ନୃତ୍ୟୁ  କରୁଥିଲେ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ