୭୯ତମ ସ୍ୱାଧୀନତା ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ସ୍କୁଲ, କଲେଜ ଓ ବହୁ ବ୍ୟବସାୟ ପ୍ରତିଷ୍ଠାନରେ ୭୯ତମ ସ୍ୱାଧୀନତା ଦିବସ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଅଧୀକ୍ଷକ ବାଲ୍‍ଗୋପାଳ ବେହେରା ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀ ଓ ବୀର ପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମାରକୀ କଷ୍ଟ ଲବ୍ଧ ସ୍ୱାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ଆହ୍ୱାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଡାକ୍ତର ଦୀପକ କୁମାର ସାମନ୍ତରାୟ, ଡାକ୍ତର ପି.ଶ୍ୟାମସୁନ୍ଦର, ଡାକ୍ତର ଗୋପାଳକୃଷ୍ଣ ପାତ୍ର, ଡାକ୍ତର ସତୀଶ୍‍ ପାତ୍ର, ଡାକ୍ତର ସଂଗ୍ରାମ କେଶରୀ ସାହୁ, ଡାକ୍ତର ଆଦିତ୍ୟ ଦାଶ, ଡାକ୍ତର ସତ୍ୟପ୍ରଜ୍ଞା ପଟ୍ଟନାୟକ, ଡାକ୍ତର ସୁପ୍ରକାଶ ଦାଶ, ଡାକ୍ତର ନିଶିକାନ୍ତ ପଣ୍ଡା, ଡାକ୍ତର ଆଶୁତୋଷ ପଟ୍ଟନାୟକ, ଡାକ୍ତର ସୌମ୍ୟାଶ୍ରୀ ସାହୁଙ୍କ ସମେତ ଆସିକା ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଯୋଗ ଦେଇଥିଲେ । ୭୯ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆସିକା ହରିହର ହାଇସ୍କୁଲରେ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କରେ ସଭାପତି ମଙ୍ଗୁଳୁଧର ସାହୁ, ସମବାୟ ଚିନିଶିଳ୍ପରେ ସଭାପୁତି ରବିନ୍ଦ୍ର ପଣ୍ଡା, ଆସିକା ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଅଜିତ୍‍ କୁମାର ଚୌଧୁରୀ, ଆସିକା ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏସ୍‍ଡିପିଓ ସନ୍ତୋଷ କୁମାର ଜେନା, ଆଦର୍ଶ ଥାନାରେ ଥାନା ଅଧିକାରୀ କୁଳମଣି ସେଠୀ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିରେ ସଭାପତି କାର୍ତ୍ତିକେଶ୍ୱର ପରିଡା, ଆସିକା ସେବା ସମବାୟ ସମିତିରେ ସଭାପତି କାର୍ତ୍ତିକେଶ୍ୱର ପରିଡା, ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ସଭାପତି ହେମନ୍ତ କୁମାର ପାଢୀ, ମେକ୍ ମାଇକେଲ ସଂସ୍କୃତ ଟୋଲ୍ ଓ ମହାବିଦ୍ୟାଳୟରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ, କୃଷ୍ଣସିଂହ ପାଠାଗାରରେ ସଭାପତି କେ.ବ୍ରହ୍ମାନନ୍ଦ ରାଓ, ଆରିୟନ ପବ୍ଳିକ ସ୍କୁଲରେ ଅଧ୍ୟକ୍ଷ ସଞ୍ଜୟ କୁମାର ପଟ୍ଟନାୟକ, ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଏବିଇଓ ବିଭୁନନ୍ଦନ ପଣ୍ଡା, ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ତହସିଲ୍ କାର୍ଯ୍ୟାଳୟରେ ତହସିଲଦାର ସଙ୍ଗୀତା ସେଣ, କଲେଜଛକ ସ୍ଥିତ ପ୍ରଜ୍ଞା ଶିଶୁ ମନ୍ଦିରରେ ଶିକ୍ଷାନୁଷ୍ଠାନର ସଂପାଦକ ବିଜୟ କୁମାର ଜେନା, ଲଛମନପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ବେହେରା, ଏନ୍‍ବିସି କଲେଜରେ ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ, ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ହାଇସ୍କୁଲରେ ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ମାମୁଁଡିହ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସୁନିଲ୍‍ କୁମାର ମିଶ୍ର, ବାଲିସିରା ଉଚ୍ଚ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରପଂଚ ଦୈତାରୀ ବେହେରା, ପାଣ୍ଡିଆପଥର ଖାରି ବାବାଜୀଦୋରା ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ରାମକୃଷ୍ଣ ପଣ୍ଡା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରି ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଅହରହ ଉଦ୍ୟମ କରିଥିବା ମହାମନିଷୀ ମାନଙ୍କ ବୀରତ୍ୱର ବାର୍ତ୍ତା ଓ ଅସୀମ ତ୍ୟାଗ ସାଙ୍ଗକୁ ଭାରତ ବର୍ଷର ଗୌରବମୟ ଇତିହାସ ଉପରେ ଗୁରୁତ୍ୱାରୋପ କରି ଯୁବ ସମାଜ ମହାମନିଷୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଂପ୍ରତିକ ପରିସ୍ଥିତିରେ ଜାତୀୟତା ଭାବଧାରା ଉଦ୍ରେକ କରି ଏକ ଉତ୍ତମ ରାଷ୍ଟ୍ର ଗଠନ ପାଇଁ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ୭୯ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଟାନ ପକ୍ଷରୁ ୭୯ତମ ସ୍ୱାଧିନତା ଦିବସ ପାଳନ ଅବସରରେ ପ୍ୟାରେଡ୍ ମଧ୍ୟ ଅନୁଷ୍ଟିତ ହୋଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ