୭୯ତମ ସ୍ୱତନ୍ତ୍ରତା ଦିବସ ପାଳିତ

କଟକ, (ଓ୍ବାଇଏନଏସ): ସିଡିଏ ସେକ୍ଟର ୭ସ୍ଥ ଆଶ୍ରୟ ଦି ସେଲଟର ଓ ହୋପ-ଏଜ ର ମିଳିତ ଆନୁକୂଲ୍ୟରେ ଦେଶର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଡାକ୍ତର ପ୍ରଶାନ୍ତ କୁମାର ପରିଡା ଜାତୀୟ ପତାକା ଉତ୍ତୋଳନ କରିବା ସହ ତାଙ୍କ ସହଯୋଗୀ ଏସ. ସି. ବି. ମେଡିକାଲ ର ଦଶ ଜଣ ପି. ଜି. ଛାତ୍ର ଆଶ୍ରୟ ରେ ପାଳିତ ଭିନ୍ନକ୍ଷମ ପିଲାମାନଙ୍କ ସ୍ୱାସ୍ଥ ପରୀକ୍ଷା ସହ ବିଭିନ୍ନ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଆଶ୍ରୟ ର ଆବାହିକା ସୁଜାତା ପଟ୍ଟନାୟକ, ହୋପ-ଏଜ ର ସମ୍ପାଦକ ରଂଜିତ ସାହୁ, ଓଡ଼ିଆ ଚଳଚିତ୍ର ଜଗତ ର ଚର୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଶ୍ରୟ ର ଅଧ୍ୟକ୍ଷା ଡ଼ଃ ସୁଚେତା ଜେନା, ହୋପ-ଏଜ ର ପୃଷ୍ଠପୋଷକ ବରିଷ୍ଠ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ, ଚିତ୍ତ ରଞ୍ଜନ ମହାନ୍ତି, ରବୀନ୍ଦ୍ର ନାଥ ମିଶ୍ର, ଗୌରୀଶଙ୍କର ପଟ୍ଟନାୟକ, ଆର. ସଂଜୀବ ରାଓ ହିମାଂଶୁ ବାଳା ପଟ୍ଟନାୟକ ଓ ଚିତ୍ର ଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଆଶ୍ରୟ ର ଭିନ୍ନ କ୍ଷମ ପିଲା ମାନଙ୍କ ସହ ପ୍ରାୟ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଉପସ୍ଥିତ ରହି ଭାବ ର ଆଦାନ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ