ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ ପାଳନ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ  ଏକକ ବିଶ୍ୱବିଦ୍ୟାଳୟ ପରିସରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଫିସର କ୍ୟାପଟେନ ଡ. ଯତୀନ ବିଷୋୟୀଙ୍କ ତତ୍ତ୍ୱାବଧାନରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ( ଏନ. ସି. ସି)ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ଅଭିବାଦନ ଜଣାଇ ସ୍ୱାଗତ କରାଯାଇଥିଲା। ପ୍ରଥମେ ପ୍ରତିଷ୍ଠାତା ରାଜା ହରିହର ମର୍ଦ୍ଦରାଜ ଦେଓ ଓ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କୁଳପତି ପ୍ରଫେସର ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିଜ ବକ୍ତବ୍ୟରେ କୁଳପତି ମହୋଦୟା ୭୯ ତମ ସ୍ୱାଧୀନତା ଦିବସରେ ଭାରତ ବିକାଶର ଅନେକ ସୋପାନ ଆରୋହଣ କରିଛି ସତ କିନ୍ତୁ ବିକଶିତ ଭାରତର ଅନେକ ସ୍ବପ୍ନ ସାକାର କରିବାକୁ ବାକି ରହିଥିବା କଥା କହିଥିଲେ। ଏହା ସହ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହନୀୟ ବଳିଦାନକୁ ସ୍ମରଣ କରି ଦେଶପ୍ରେମରେ ଅନୁପ୍ରାଣିତ ହେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ ସ୍ୱାଧୀନତା ଦିବସ ପାଳନର ଉଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ଉପ କୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର,ଆଇ. କ୍ୟୁ. ଏସ. ସି ସଂଯୋଜକ ଡ. ଗୌତମ ସାବତ , ଏସ. ସି. ସି ଦାୟିତ୍ୱ ନିର୍ବାହକ ଡ. ସୁଶୀଲ କୁମାର ରାଠୋର,ଜାତୀୟ ସେବା ଯୋଜନା ସଂଯୋଜକ ଡ. ପ୍ରଣତି ରଥ, ଡ. ଅନ୍ନପୂର୍ଣ୍ଣା ସାହୁଙ୍କ ସମେତ ସମସ୍ତ ବିଭାଗ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ୭୯ ତମ ସ୍ୱାଧୀନତା ଦିବସ ପାଳନକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ