ସତ୍ୟବାଦୀ ଶିକ୍ଷା ନିକେତନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ
କଟକ, (ଓ୍ବାଇଏନଏସ): କଟକ ତୁଳସୀପୁରସ୍ଥ ସତ୍ୟବାଦୀ ଶିକ୍ଷା ନିକେତନ ରେ ସ୍ୱାଧୀନତା ଦିବସ ରେ ବରିଷ୍ଠ ରେଳ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଜାତୀୟ ପତାକା ଉତ୍ତଳୋନ କରି ଶିକ୍ଷା ନିକେତନ ର ଛୋଟଛୋଟ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ l ରାଜ୍ୟ ପ୍ରମୁଖ ଚିତ୍ର ଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଓ ସୁରେଶ ଚନ୍ଦ୍ର ପଣ୍ଡା ସନ୍ନମାନିତ ଅତିଥି ରୂପେ ଯୋଗଦେଇଥିଲେ l ନିକେତନ ର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ଦେବୀ, ମାଣିକ ଘଡେଇ, ଶାନ୍ତିଲତା କାଳିଆ, ସବିତା ସାମଲ, ସ୍ମିତା ତ୍ରିପାଠୀ, ରଂଜିତା ମଲ୍ଲିକ, ଜ୍ୟୋତି ପ୍ରଭା ମହାପାତ୍ର, ଶେଫାଳି ବେହେରା, ସଞ୍ଜୟ ସ୍ୱାଇଁ, ଓ ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ l ନିକେତନ ର ଛାତ୍ର/ଛାତ୍ରୀ ମାନଙ୍କ ଦ୍ଵାରା ମନୋଜ୍ଞ ନୁର୍ତ୍ୟ, ଗୀତ ଓ ଯୋଗ ପ୍ରଦର୍ଶିତ ହୋଇଥିଲା l