ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ହାଟଡିହି (ଓ୍ବାଇଏନଏସ): ମରେଇଗାଁ ପଞ୍ଚାୟତ ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ପଞ୍ଚାୟତର ୧୨ଟିଗ୍ରାମରୁ ଦୁଇ ଶହରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ଗୋପବନ୍ଧୁ ସୁଆର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସତ୍ୟଭାମା ଜେନା ଯୋଗଦେଇ ବରିଷ୍ଠଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ଏକ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ସମ୍ପାଦକ ବୃନ୍ଦାବନ ପଣ୍ଡା ବରିଷ୍ଠ ନାଗରିକ ନୀତି ୨୦୧୬ ଉପରେ ବିସ୍ତୃତ ସୂଚନା ଦେଇଥଲେ। ବରିଷ୍ଠ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ଯେଉଁ ଟୋଲ ଫ୍ରି ନମ୍ବରର ଦେଇଛନ୍ତି ତାହାର ସଦୁପଯୋଗ କରିବାକୁ ଆଇନିଗତ ସହାୟତା ପାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସଂଘ ପକ୍ଷରୁ ବାର୍ଦ୍ଧକ୍ୟ ମାନଙ୍କୁ ଆଶାବାଡି ଦିଆଯାଇ ସେମାନଙ୍କୁ ଯାତାୟାତ କ୍ଷେତ୍ରରେ ସହଯୋଗ କରିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇ ଥିଲେ।  ଏହି ଅବସରରେ ସଦସ୍ୟ ବାମଦେବ ନାୟକ ଆଧ୍ୟାତ୍ମିକ ପ୍ରବଚନ ଦେଇଥିଲେ। ସଂଘର ଉପସଭାପତି ଜଳଧର ମହାପାତ୍ର, ସହ ସମ୍ପାଦକ ବାଣେଶ୍ୱର ଜେନା, ମହେନ୍ଦ୍ର କୁମାର ପଳତା ପ୍ରମୁଖ ଯୋଗଦେଇ ନିଜ ର ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ କୌଣସି ସରକାରୀ ଅଧିକାରୀ ନ ଆସିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ