ବେଆଇନ ବାଲି ବୋଝେଇ ୮ ହାଇୱା ଗାଡି ଜବତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ଥାନା ଅଧିନ ବନ୍ତ ଡିଗି ପଡିଆ ନିକଟରେ ପୋଲିସ ବେଆଇନ ବାଲି ବୋଝେଇ ୮ ହାଇୱା ଗାଡିକୁ ଜବତ କରିଛି । ପ୍ରକାଶ ଯେ, ବନ୍ତ ଥାନା ଅଞ୍ଚଳରେ ଏନଫୋର୍ସମେଣ୍ଟ ଡ୍ୟୁଟି ସମୟରେ ପୋଲିସ ବନ୍ତ ଡିଗି ପୋଖରୀ ପଡିଆ ଠାରେ ୮ ହାଇୱା ଗାଡିକୁ ଅଟକାଇଥିଲା । ଯେଉଁ ମାନଙ୍କ ପାଖରେ ବୈଧ ଟ୍ରାଞ୍ଜିଟ୍ ପାସ ନଥାଇ ବେଆଇନ ଭାବରେ ବାଲି ପରିବହନ କରୁଥିଲେ । ଯାଞ୍ଚ ପରେ ଚାଳକ ମାନେ ବାଲି ପରିବହନ ପାଇଁ କୌଣସି ପ୍ରାଧିକୃତ କାଗଜପତ୍ର ଦେଖାଇ ପାରିନଥିଲେ । ଜଣେ ଚାଳକ ଗାଡିକୁ ଛାଡି ଘଟଣା ସ୍ଥଳରୁ ପଳାଇ ଯାଇଥିଲା । ସାକ୍ଷୀଙ୍କ ଉପସ୍ଥିତିରେ ବାଲି ବୋଝେଇ ସମସ୍ତ ୮ଟି ହାଇୱା ଗାଡିକୁ ଜବତ କରାଯାଇଥିଲା । ଏନେଇ ଥାନାରେ ୭୮/୨୬ ମୂଳେ ଗାଡି ଚାଳକ ଓ ମାଲିକଙ୍କ ନାମରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି ।


