ଟ୍ରେନ ଖାଦ୍ୟ ଖାଇ ୮ ନବୋଦୟ ଛାତ୍ରୀ ଗୁରୁତର
ହାଟଡିହି (ଓ୍ବାଇଏନଏସ): ପି ଏମ ଶ୍ରୀ ଜବାହାର ନବୋଦୟ ବିଦ୍ଯାଳୟର ୮ଛାତ୍ରୀ ଝାଡାବାନ୍ତିରେ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସମସ୍ଥ ଛାତ୍ରୀଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଫୁଡ୍ ପୟେଜନରୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ସଂନ୍ଦେହ କରାଯାଉଛି। ତେବେ ଅସୁସ୍ଥ ସମସ୍ଥ ଛାତ୍ରୀ ବିହାର ବାଙ୍କା ଠାରେ ଥିବା ଜବାହାର ନବଦୋୟ ବିଦ୍ଯାଳୟରୁ ଆସିଥିବା ଜଣାପଡିଛି। ମାଇଗ୍ରେସନ୍ ନିୟମ ଅନୁସାରେ ବିହାର ଅଞ୍ଚଳରୁ ୨୪ ଜଣ ଛାତ୍ରଛାତ୍ରୀ ହଦଗଡ଼ ନବୋଦୟ ବିଦ୍ୟାଳୟ କୁ ଆସୁଥିବା ବେଳେ ସେଠାରୁ ୯ ତାରିଖରେ ବାହାରି ହଦଗଡ ଆସୁଥିଲେ। ସେମାନେ ଆସୁଥିବା ଟ୍ରେନ୍ ଟି ପ୍ରାୟ ୧୦ ଘଣ୍ଟା ବିଳମ୍ବ ରହିବାରୁ ଟ୍ରେନରେ ଏଣୁ ତେଣୁ କିଛି ଖାଦ୍ଯ ଖାଇଥିଲେ। ଗତକାଲି ସେମାନେ ଆସି ପହଁଞ୍ଚିବାପରେ ଛାତ୍ରୀ ମାନେ ଅସୁସ୍ଥ ହୋଇପଡିଥିଲେ। ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ଥିଲେ ମଧ୍ୟ ଅବସ୍ତା ଗୁରୁତର ହେବାରୁ ସେମାନଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଇଛନ୍ତି ସ୍କୁଲ କର୍ମଚାରୀ। ସେମାନଙ୍କ ଅଭିଭାବକଙ୍କୁ ସୂଚନା ଦିଆ ଯାଇଛି ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।


