ଚିଲିକାରେ ୧୧ ଲକ୍ଷରୁ ଅଧିକ ପକ୍ଷୀ

ଭୁବନେଶ୍ୱର : ଚଳିତବର୍ଷ ଶୀତଋତୁରେ ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ ଆସିଛନ୍ତି । ଗତ ବର୍ଷ ଆସିଥିବା ପକ୍ଷୀ ସଂଖ୍ୟାଠାରୁ ଏହା ୫୨ ହଜାର ଅଧିକ ବୋଲି ରବିବାର ପକ୍ଷୀ ଗଣନା ପରେ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚିଲିକାର ପାଞ୍ଚଟି ରେଞ୍ଜ ମଧ୍ୟରୁ ବାଲୁଗାଁ ରେଞ୍ଜକୁ ସର୍ବାଧିକ ପକ୍ଷୀ ଆସିଥିବା ବେଳେ ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ଆସିଥିବା ଜଣାଯାଇଛି । ଚିଲିକାକୁ ଚଳିତ ବର୍ଷ ୧୮୪ଟି ପ୍ରଜାତିର ୧୧,୦୫,୦୪୦ ଆସିଥିବାବେଳେ କେବଳ ନଳବଣରେ ୪,୦୬,୩୦୮ ପକ୍ଷୀଙ୍କର ସମାଗମ ହୋଇଛି । ୧୩୫୦ଟି ଆକର୍ଷଣୀୟ ପକ୍ଷୀଙ୍କୁ ଗଣନାକାରୀମାନେ ଠାବ କରିଛନ୍ତି । ମୁମ୍ବାଇ ସ୍ଥିତ ନାଚୁରାଲ୍ ହିଷ୍ଟ୍ରି ସୋସାଇଟିର ଉପନିର୍ଦ୍ଦେଶକ ଏସ୍. ବାଲଚନ୍ଦ୍ରନ ଓ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ହୋତାଙ୍କ ନେତୃତ୍ୱରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ସହଯୋଗରେ ୨୧ଟି ଗ୍ରୁପରେ ୧୫୦ ଜଣ ଗଣନାକାରୀ ଚିଲିକାର ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ଓ ଚିଲିକା ରେଞ୍ଜରେ ଗଣନା କରିଥିଲେ । ଭୋର ୫ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା ଜାରି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ