ଭାରତ ବନ୍ଦର ପ୍ରଭାବ : ୩୫୦ ପଏଣ୍ଟ ତଳକୁ ଖସିଲା ସେୟାର ବଜାର

ମୁମ୍ବାଇ : ଇରାନ୍‌-ଆମେରିକା ତିକ୍ତତା କାରଣରୁ ସୋମବାର ଭାରତୀୟ ସେୟାର ବଜାର ୭୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ମଙ୍ଗଳବାର ପରସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିଲା । ମାତ୍ର ଭାରତ ବନ୍ଦ ପ୍ରଭାବରେ ବୁଧବାର ପୁନର୍ବାର ସେୟାର ବଜାର ତଳକୁ ଖସିବା ସହିତ ନିବେଶକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି । ବୁଧବାର ପ୍ରଥମ ଘଣ୍ଟାର ଟ୍ରେଡିଂରେ ସେନସେକ୍ସ ୩୪୨ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ ୧୦୦ ପଏଣ୍ଟ ତଳକୁ ଖସିଛି । ସେନ୍‌ସେକ୍ସ ୪୦୫୫୪.୨୪ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ ୧୧୯୫୧.୩୫ ପଏଣ୍ଟରେ ରହିଛି । ଏଲ୍‌ଆଣ୍ଡଟିର ଅଂଶଧନ ମୁଲ୍ୟରେ ସର୍ବାଧିକ ୧.୪୭ ପ୍ରତିଶତ ହ୍ରାସ ଘଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ