ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଲାଗି କେନ୍ଦ୍ର କ୍ୟାବିନେଟର ନିଷ୍ପତି

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନଆଇଏନଏଲ)ରେ ରହିଥିବା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ଇକ୍ୟୁଟି ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାର ନୀତିଗତ ନିଷ୍ପତି ନେଇଛନ୍ତି । ଏହି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ହେଲେ ଖଣିଜ ଓ ଧାତବ ବ୍ୟବସାୟ ନିଗମ ଲିଃ (ଏମଏମଟିସି) (୪୯.୭୮%), ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡିସି) (୧୦.୧୦%), ମେକନ (୦.୬୮%) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ (ଭେଲ)(୦.୬୮%) । ଏହାଛଡ଼ା ଓଡ଼ିଶା ସରକାରଙ୍କ ଦୁଇଟି ଉଦ୍ୟୋଗ, ଶିଳ୍ପ ପ୍ରୋତ୍ସାହନ ଓ ନିବେଶ ନିଗମ ଲିଃ (ଇପିକଲ)(୧୨.୦୦%) ଏବଂ ଓଡ଼ିଶା ଖଣି ନିଗମ (ଓଏମସି) (୨୦.୪୭%)ର ଇକ୍ୟୁଟି ଅଂଶଧନର ମଧ୍ୟ ପୁଞ୍ଜି ପ୍ରତ୍ୟାହାର ହେବ । ଦ୍ୱିସ୍ତରୀୟ ନିଲାମି ପ୍ରକ୍ରିୟା ଜରିଆରେ ଚୟନ କରାଯାଇଥିବା ରଣନୈତିକ କ୍ରେତାଙ୍କୁ ଏହି ପୁଞ୍ଜି ହସ୍ତାନ୍ତରଣ କରାଯିବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ନୀଳାଚଳ ଇସ୍ପାତ ନିଗମ ଲିଃ ହେଉଛି ଏକ ଯୌଥ ଉଦ୍ୟୋଗ ଯେଉଁଥିରେ ୪ଟି ରାଷ୍ଟ୍ରାୟତ ଉଦ୍ୟୋଗ ଏମଏମଟିସି, ଏନଏମଡିସି, ଭେଲ ଏବଂ ମେକନ ସହିତ ଓଡ଼ିଶା ସରକାରଙ୍କ ଦୁଇଟି ରାଷ୍ଟ୍ରାୟତ ଉଦ୍ୟୋଗ ଇପିକଲ ଏବଂ ଓଏମସିର ଅଂଶଧନ ରହିଛି ।ଏନଆଇଏନଏଲର ଏହି ପ୍ରସ୍ତାବିତ ରଣନୈତିକ ପୁଞ୍ଜି ପ୍ରତ୍ୟାହାର ଫଳରେ ଏଥିରେ ନିଷ୍କ୍ରିୟ ହୋଇପଡ଼ି ରହିଥିବା ସମ୍ବଳ ମୁକ୍ତ ହେବ, ଯାହାର ଉପଯୋଗ ସରକାରଙ୍କ ସାମାଜିକ କ୍ଷେତ୍ର ତଥା ବିକାଶମୂଳକ କାର୍ଯ୍ୟକ୍ରମ ଲାଗି ଅର୍ଥ ଯୋଗାଣ ଉଦ୍ଦେଶ୍ୟରେ କରାଯିବ । ଫଳରେ ସାଧାରଣ ଜନତା ଲାଭାନ୍ୱିତ ହେବେ । ଏହା ମଧ୍ୟ ଆଶା କରାଯାଉଛି ଯେ ସଫଳ ରଣନୈତିକ କ୍ରେତା ଏହି କମ୍ପାନୀର ବିକାଶ ଲାଗି ନୂତନ ପରିଚାଳନା ବ୍ୟବସ୍ଥା ସହିତ ପ୍ରଯୁକ୍ତିର ଉପଯୋଗ କରିପାରିବେ । କମ୍ପାନୀରେ ନୂତନ ନିବେଶ ଲାଗି ସୁଯୋଗ ସୃଷ୍ଟି କରିପାରିବେ । ଏଥିସହିତ କମ୍ପାନୀର ବ୍ୟବସାୟିକ କାରବାର ବିକାଶ ଲାଗି କ୍ରେତା ଅଭିନବ ପଦ୍ଧତିର ଉପଯୋଗ କରିପାରିବେ । ଫଳରେ ଆହୁରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ