ଚାକିରୀ ଦେବା ନାଁରେ ବ୍ୟବସାୟ ଯୁବତୀଙ୍କ ପରିବାର ଲୋକ କଲେ ଅଭିଯୋଗ,

ନାଉଗାଁ,:  ନନ୍ଦିଗ୍ରାମର ଜୈନିକ ବ୍ୟକ୍ତି ଘରୋଇ ଟିଉସନ କରିବା ସହିତ ଚାକିରୀ କରାଇ ଦେବା ନାଁ ଟଙ୍କା ନେବା ସହିତ ଯୁବତୀଙ୍କୁ ନିଜ ଘରେ ରଖି ବିଭିନ୍ନ ପ୍ରକାର ଅସତ କାର୍ଯ୍ୟରେ ନିୟୋଜିତ କରୁଥିବା ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏପରିକି ଉକ୍ତ ବ୍ୟକ୍ତିର କାର୍ଯ୍ୟକଳାପରେ ଗ୍ରାମବାସୀ ଉତେଜିତ ହୋଇ ନ୍ୟାୟ ପାଇଁ ଶତାଧିକ ଗ୍ରାମବାସୀ ଥାନାରେ ପହଂଚି ପରିବାରଲୁ ଉଜାଡୁଥିବା ଭଣ୍ଡ ଟିଉସନ ଶିକ୍ଷକକୁ ଆଇନାନୁଯାୟୀ ଦଣ୍ଡ ଦେବା ପାଇଁ ଥାନା ସମ୍ମୁଖରେ ଅଡି ବସିଥିଲେ । ଉକ୍ତ ଭଣ୍ଡ ବ୍ୟକ୍ତିଙ୍କ ନାମରେ ଗ୍ରାମର ନନ୍ଦିକଶୋର ୟୁଥ କ୍ଳବ ତରଫରୁ ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷରରେ ଅଭିଯୋଗ ପ୍ରଦାନ କରାଯାଇଥିଲା । ଅଭିଯେଗା ମୁତାବକ ଉକ୍ତ ଗ୍ରାମର ଧିରେନ୍ଦ୍ର ରାଉତ ବୟସ ୫୫ ବର୍ଷ,ପାରାଦୀପରେ ଘରୋଇ ଟିଉସନ କରନ୍ତି । ଧିରେନ୍ଦ୍ରଙ୍କର ୨୦ବର୍ଷର ଗୋଟିଏ ଝିଅ ଥିବା ବେଳେ ୧୦ବର୍ଷର ପୁଅ ମଧ୍ୟ ରହିଛି । ଗତ ୬ ମାସ ତଳେ ତାଙ୍କ ପତ୍ନୀଙ୍କର ମୃତ୍ୟୁବରଣ ହୋଇଛି । ସଂପକ୍ତ ଶିକ୍ଷକ ୧ବର୍ଷରୁ ଉର୍ଦ୍ଧ ସମୟ ହେବ ଅରିଓଦା ଗ୍ରାମରୁ ଓ ଗତ କିଛିଦିନ ହେବ ମହିଷାମୁଣ୍ଡା ଓ ନନ୍ଦିଗ୍ରାମର ଆଉ ୨ ଝିଅକୁ ନେଇ ଘରେ ରଖିଛି । ଆମ ଗ୍ରାମ ଏକ ଶାସନ ବ୍ରାହ୍ମଣ ଗ୍ରାମ ହୋଇଥିବା ବେଳେ ଏହା ଗ୍ରାମବାସୀଙ୍କ ପ୍ରତି ଅପମାନ ଅଟେ ବୋଲି ଅଭିଯୋଗ କରାଯାଇଥିଲା । ଉକ୍ତ ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଉକ୍ତ ଗ୍ରାମକୁ ଯାଇ ଧିରେନ୍ଦ୍ର ରାଉତ ଓ ଘରେ ଥିବା ୩ ଝିଅଙ୍କୁ ଥାନାକୁ ଅଣାଯାଇଥିଲା । ପରେ ଥାନାରେ ଉକ୍ତ ଶିକ୍ଷକଙ୍କ ଘରୁ ଆସିଥିବା ୨ଝିଅଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ମହିଷାମୁଣ୍ଡା ଗ୍ରାମର ଯୁବତୀ ବାପାଙ୍କ ଅଭିଯୋଗ କ୍ରମେ ଧିରେନ୍ଦ୍ର ତାଙ୍କ ଝିଅକୁ ଟିଉସନ କରିବା ନାମରେ ପାରାଦ୍ୱୀପରେ ଏକ ଭଡା ଘରେ ରଖିଥିଲେ । ଏବଂ ଝିଅ ଭଲ ପାଠ ପଢୁଛି କହି ଚାକିରି କରାଇ ଦେବା ନାଁରେ ତିନି ଥରରେ ୬୦ ହଜାର ଟଙ୍କା ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଧୀରେନ୍ଦ୍ରଙ୍କ ପତ୍ନୀ ମୃତ୍ୟୁ ହେବାପରେ ତାଙ୍କ ଝିଅକୁ ପାରାଦୀପରୁ ଆଣି ନନ୍ଦିଗ୍ରାମରେ ରଖିଥିଲା । ଏକଥା ଶୁଣି ତାଙ୍କ ଝିଅ ପାଖକୁ ଯିବା ସମୟରେ ତାଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲା । ଏପରିକି ସେ ବାହାରୁ ଶୁଣିବାକୁ ପାଇଲେ ଯେ ଟିୟୁସନ ଶିକ୍ଷକ ଝିଅମାନଙ୍କୁ ରଖିବା ନାଁରେ ବାହାରେ ତଥା ହୋଟେଲକୁ ଦେଇ ପଇସା ରୋଜଗାର କରୁଅଛି । ସେହିପରି ନନ୍ଦିଗ୍ରାମର ଯୁବତୀ ବାପାଙ୍କ ଅଭିଯୋଗ ମୁତାବକ ତାଙ୍କ ଝିଅକୁ ଚାକିରି କରାଇ ଦେବା ନାଁରେ ପାରାଦୀପରେ ରଖି ପରେ ନିଜ ଘରେ ରଖିଥିଲା । ଏପରିକି ତାଙ୍କ ଝିଅକୁ ଚାକିରି କରାଇ ଦେବା ନାଁ ରେ ତାଙ୍କ ଠାରୁ ତିନି କସ୍ତିରେ ୭୦ ହଜାର ଟଙ୍କା ନେଇଅଛି । ପରବର୍ତୀ ସମୟରେ ତାଙ୍କୁ ପୁନର୍ବାର ଟଙ୍କା ମାଗିଥିଲା । ଯଦି ଟଙ୍କା ନ ଦେବୁ ତୋ ଝିଅର ଅଶ୍ଳିଳ ଫଟୋ ଭାଇରାଲ କରିବି କହି ତାଙ୍କୁ ଧମକ ପ୍ରଦାନ କରିଛି । ଅଶ୍ଳିଳ ଫଟୋ ଭାଇରାଲ ହେବା ଭୟରେ ତାଙ୍କ ଝିଅ ଟିଉସନ ଶିକ୍ଷକ ଧୀରେନ୍ଦ୍ର ରାଉତ ସପକ୍ଷରେ ଯୁକ୍ତି ବାଢଛି । ସଂଧ୍ୟା ହେଲେ ଟିଉସନ ଶିକ୍ଷକଙ୍କ ଘରେ ବିଭିନ୍ନ ପ୍ରକାର ନିଶା କାରବାର ଚାଲିବା ସହିତ ନିଶାଡିଙ୍କୁ ଧରି ଅସତ ଉପାୟରେ ଅର୍ଥ ରୋଜଗାର କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ଜଗତସିଂହପୁର ଏସଡିପିଓ ପ୍ରିୟ ରଂଜନ ଶତପଥୀ ଓ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଅଭିଯୋଗ ପାଇବା ପରେ ପୃଥକ ଭାବେ ଦୁଇଟି ୩/୨୦ ଓ ୪/୨୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ୩ ଝିଅଙ୍କୁ ସ୍ୱଧାର ଗୃହକୁ ପଠାଯିବ ଓ ଆସନ୍ତାକାଲି ଧରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଶତପଥୀ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ