ଅମଲା ସଂଘର ୮୨ତମ ପ୍ରତିଷ୍ଠା ଦିବସ

ହାଟଡିହି  ( ପାର୍ଥ ସୌରଭ ସା) : ଅମଲା ସଂଘର ୮୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସରେ ରାଜ୍ୟ ସଭାପତି ଜ୍ଞାନରଞ୍ଜନ ଦାସ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ,  ଅଧକ୍ଷ ହୃଦୟ ବିହାରୀ ମହାପାତ୍ର ଏବଂ ମୁଖ୍ୟ ପରାମର୍ଶଦାତା ନାରାୟଣ ଚନ୍ଦ୍ର ଦାସଙ୍କ ସମେତ ବିଭିନ୍ନ ଜିଲ୍ଲା ନେତୃତ୍ୱ ମାନେ ଯୋଗଦେଇଥିଲେ। ଏଥିରେ କେନ୍ଦୁଝର ଜିଲ୍ଲା ଅମଲା ସଙ୍ଘର ସମ୍ପାଦକ ପ୍ରସନ୍ନ କୁମାର ବେହେରା ଯୋଗ ଦେଇ ଅମଲା ସଙ୍ଘର ବିଭିନ୍ନ ଦାବି ଉପସ୍ଥାପିତ କରିଥିଲେ।  ଅମଲାଙ୍କର ମୂଳ ଦରମାର ଥିବl ପାର୍ଥକ୍ୟ କୁ ଦୂର କରି ଲେବଲ ୯ କରିବାକୁ ସରକାରଙ୍କ ପାଖରେ ଦାବି ରଖିବା ପାଇଁ ଗୁରୁତ୍ଵ ଦେଇଥିଲେ। ଏହି ଅବସରରେ ତାଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ