ସ୍ପାର୍କର୍ ସିରିଜ୍‌ର ନୂଆ ସ୍ମାଟଫୋନ୍ ସ୍ପାର୍କର୍ ଗୋ ପ୍ଲସ୍‌ର ବଜାର ପ୍ରବେଶ

ଅଗ୍ରଣୀ ପ୍ରିମିୟମ୍ ସ୍ମାଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍‌ ଇଣ୍ଡିଆର ସ୍ପାର୍କ ସିରିଜ୍‌ର ନୂଆ ସ୍ମାର୍ଟଫୋନ୍ ସ୍ପାର୍କର୍ ଗୋ ପ୍ଲସ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ମୂଲ୍ୟ ୬୨୯୯ ଟଙ୍କା ରହିଛି । ୮ଏମ୍‌ପି ସେଲଫି କ୍ୟାମେରା, ୮ଏମ୍ ପି ପଛ କ୍ୟାମେରା, ଡୁଆଲ୍ ଫ୍ଲାଶ୍ ଲାଇଟ୍‌, ଏଆଇ ସିଷ୍ଟମ୍ ଏବଂ ଫିଙ୍ଗରପ୍ରିଂଟ୍ ସେନସର ରହିଛି । ଏଥିରେ ୪୦୦୦ଏମ୍‌ଏଏଚ୍ ଦୀର୍ଘ ବ୍ୟାଟେରୀ ଲାଇଫ୍ ରହିଛି । ଏହା ୬ ଘଂଟାର ଭିଡ଼ିଓ ପ୍ଲେ ବ୍ୟାକ୍‌, ୨୬ ଘଂଟାର କଲିଂ, ୬.୯ ଘଂଟାର ଗେମିଂ, ୫.୭ ଘଂଟାର ୱେବ୍ ବ୍ରାଉଜିଂ ଏବଂ ୧୧୦ ଘଂଟାର ମ୍ୟୁଜିକ୍ ସୁବିଧା କେବଳ ଥରେ ଚାର୍ଜରେ ଉପଲବ୍ଧ କରିବ । ୩୪୩ ଘଂଟାର ଷ୍ଟଣ୍ଡ୍ ବାଏ ସୁବିଧା ରହିଛି । ଏଥିରେ ୬.୫୨ ଇଂଚ ଏଚଡି ପ୍ଲସ୍ ଡଟ୍ ନଟ୍ ସ୍କ୍ରିନ୍‌, ୨୦:୯ ଆସପେକ୍ଟ ରେସିଓ, ୨.୦ ଜିଏଚଜେଡ୍ କ୍ୱାଡା କୋର୍ ସିପିୟୁ ପ୍ରୋସେସର ରହିଛି । ଏଥିରେ ଆଣ୍ଡ୍ରଏଡ୍ ୯.୦ ଗୋ ଭର୍ସନ୍ ସଫ୍ଟୱେର ରହିଛି । ୮୯.୫% ସ୍କ୍ରିନ୍ ଟୁ ବଡ଼ି ରେସିଓ ରହିଛି । ଏହାର ୨ଜିବି ରାମ୍‌, ୩୨ଜିବି ରମ୍ ରହିଛି । ଏଥିରେ ୪୮୦ ନିଟ୍ ସ୍କ୍ରିନ୍ ବ୍ରାଇଟ୍ ନେସ୍ ରହିଛି । ଏଆଇ ୭ ଲେବୁଲ୍‌୍ ଫେସ୍ ରିକୋଗନାଇଜେସନ୍ ସୁବିଧା ମଧ୍ୟ ରହିଛି । ଏହା ହିଲିଅର ପରପର୍ଲ ଏବଂ ଏବଂ ଭେକେସନ୍ ବ୍ଲୁ ଆଦି ୨ଟି ରଙ୍ଗରେ ଦେଶ ବ୍ୟାପି ୩୫୦୦୦ରୁ ଅଧିକ ଟଚ୍ ପଏଂଟ୍‌ରେ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ