ସମାଜରୁ ଦୁର୍ନୀତି ଦୂର କରିବାକୁ ସଂଗ୍ରାମ କରୁଥିବା ସେହି ମହାନ ବ୍ୟକ୍ତିମାନେ

ଭାରତକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରି ସ୍ୱାଧୀନତା ଆଣିବା ତଥା ଏକ ସ୍ୱଚ୍ଛ, ସୁନ୍ଦର ଓ ଦୁର୍ନୀତିମୁକ୍ତ ଭାରତ ଗଠନ କରିବା ପାଇଁ ଯଦି କେହି ନିଜର ସଂଗ୍ରାମ ଓ ସଂଘର୍ଷ ଜାରି ରଖିଥିଲେ ତେବେ ସେ ନିଶ୍ଚିତ ଭାବରେ ମୋହନ ଦାସ କରମ·ନ୍ଦ ଗାନ୍ଧୀ, ଯାହାଙ୍କୁ ଯଥାର୍ଥରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ମହାତ୍ମା ଉପାଧୀ ଦେଇଥିଲେ । କାରଣ ଗାନ୍ଧୀ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ମଣିଷକୁ ଭଲ ପାଉଥିଲେ ଓ ସେମାନଙ୍କର ସ୍ୱାଧୀନତା, ଉନ୍ନତି ଓ ଅଧିକାରକୁ ସମାଜରେ ପ୍ରତିପାଦିତ କରିବାକୁ ·ହୁଁଥିଲେ । ସେ ଧର୍ମରେ ବିଶ୍ୱାସ କରୁଥିଲେ କିନ୍ତୁ ଧର୍ମାନ୍ଧ ନଥିଲେ ଏବଂ ଧର୍ମାନ୍ଧତାକୁ ବିରୋଧ କରୁଥିଲେ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟ୍ରିଆନ, ଜୈନ, ବୌଦ୍ଧ, ଶିଖ ଇତ୍ୟାଦି ମିଳିମିଶି ଭାଇ ଭାଇ ଭଳି ବସବାସ କଲେ ସମାଜରେ ସମଗ୍ର ବିକାଶ ସମ୍ଭବ ହୋଇପାରିବ ଓ ଭାରତର ସ୍ୱାଧୀନତା ଆନ୍ଦୋଳନ ସୁଦୃଢ ତଥା ବିଜୟୀ ହୋଇପାରିବ । ସେଥି ଯୋଗୁଁ ଇଂରେଜ ସରକାର ବିରୁଦ୍ଧରେ ଅହିଂସା ଓ ଅସହଯୋଗ ଆନ୍ଦୋଳନ ମାର୍ଗରେ ପରି·ଳିତ ହୋଇ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତୀୟମାନଙ୍କୁ ଏକାଠି କରିଥିଲେ ଏକ ସ୍ୱାଧୀନ ଓ ଦୁର୍ନୀତିମୁକ୍ତ ଭାରତ ଗଠନ ପାଇଁ । ହିନ୍ଦୁ ମୁସଲମାନ ଓ ଅନ୍ୟାନ୍ୟ ସମସ୍ତବର୍ଗର ଦେଶବାସୀଙ୍କ ଭ୍ରାତୃତ୍ୱ ବନ୍ଧନ ଓ ଅସହଯୋଗ ଆନ୍ଦୋଳନ ହିଁ ୨୫୦ ବର୍ଷର ଇଂରେଜ ଔପନିବେଶିକ ଶାସନର ଅନ୍ତ ଘଟାଇ ସ୍ୱାଧୀନତାର ଧ୍ୱଜା ଉଡ଼ାଇବ ବୋଲି ସେ ପ୍ର·ର କରିଥିଲେ । ତାହା ହିଁ ହେଲା । ଅହିଂସା, ଅସହଯୋଗ ଆନ୍ଦୋଳନ ସହିତ ‘କାଟି ପିନ୍ଧ କୁଟି ଖଆ’ ଆହ୍ୱାନ ଦେଶ ତମାମ ସବୁ ବର୍ଗର ଲୋକଙ୍କୁ ଏକାଠି କରିଥିଲା ଓ ସେ ଲୋକଙ୍କ ମଧ୍ୟରେ ସର୍ବାଦୌ ଗ୍ରହଣୀୟ ହୋଇ ରହିଗଲେ ।
ଅନ୍ୟତମ ପୁରୋଧା ସୁଭାଷ ଚନ୍ଦ୍ର ବୋଷ ଯିଏକି ଆଜାଦ ହିନ୍ଦ୍ ଫୌଜ ଓ ଫରୱାର୍ଡ଼ ବ୍ଲକ ଗଠନ କରି ଭାରତକୁ ସ୍ୱାଧୀନ ଓ ଦୁର୍ନୀତିମୁକ୍ତ କରିବା ପାଇଁ ନିଜର ସଂଗ୍ରାମ ଜାରି ରଖିଥିଲେ । ସୁବାଷ ବୋଷ କହିଥିଲେ, ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ଯୁବ ଓ ଛାତ୍ର ସଂଗଠନ ଏଥିରେ ସାମିଲ୍ ହୋଇଥିଲେ । ସମାଜସେବାକୁ ଆପଣେଇ ନେଇ ପଣ୍ଡିତ ଗୋପବନ୍ଧୁ ଦାସ ନିଜର ରୋଗୀଣା ସନ୍ତାନକୁ ଛାଡ଼ି ଘରୁ ଗୋଡ଼ କାଢିଥିଲେ ବନ୍ୟାଦୁର୍ଗତ ଅଞ୍ଚଳକୁ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ । ତାଙ୍କର ଉକ୍ତି ଥିଲା ‘ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ·ଲିଯାଆନ୍ତୁ ପିଠିରେ । ୧୨ ବର୍ଷର ବାଳକ ଧର୍ମପଦ ନିଜର ପିତା ବିଶୁ ମହାରଣା ଯିଏ କି କୋଣାର୍କ ମନ୍ଦିର ନିର୍ମାଣ କରିବାର ମୁଖ୍ୟ ମୁଖ୍ୟ ପୁରୋଧା ଥିଲେ, ତାଙ୍କୁ ଦେଖା କରିବାକୁ ଯିବା ସମୟରେ ସାଙ୍ଗରେ ନିଜର ବାରି ବରକୋଳିକୁ ନେବା ପାଇଁ ତାଙ୍କର ମାଆ ପରାମର୍ଶ ଦେଇଥିଲେ । କାରଣ ଧର୍ମପଦ ଜନ୍ମ ହେବା ପୂର୍ବରୁ ବିଶୁ ମହାରଣା ଘରୁ ଗୋଡ଼ କାଢିଥିଲେ କୋଣାର୍କ ମନ୍ଦିର ନିର୍ମାଣ ପାଇଁ । ତେଣୁ ଧର୍ମପଦଙ୍କ ମାଆ ପୁଅକୁ ଚିହ୍ନିବା ପାଇଁ ତାଙ୍କ ହାତରେ ବାରି ବରକୋଳି ପଠାଇଥିଲେ ଯାହାକୁ ବିଶୁ ମହାରଣା ନିଜ ବାରି ବରକୋଳିକୁ ଦେଖି ପୁଅକୁ ଚିହ୍ନି ପାରିଥିଲେ । କିନ୍ତୁ ପିତା ବିଶୁ ମହାରଣା ଗଭୀର ଚିନ୍ତା ଓ ଉଦାସ ଥିବା ଦେଖି ଧର୍ମପଦ କାରଣ ପ·ରିଥିଲେ । ବାରଶହ ବଢେଇଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତେ୍ୱ କୋଣାର୍କ ମନ୍ଦିରର ମୁଣ୍ଡି ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ତେଣୁ ରାତି ପାହିଲେ ରାଜା ବାରଶହ ବଢେଇଙ୍କ ମୁଣ୍ଡ କାଟ କରିବେ । ଏକଥା ଶୁଣିବା ପରେ ଧର୍ମପଦ ତତ୍କ୍ଷଣାତେ ମନ୍ଦିର ଉପରକୁ ଚଢିଯାଇ ନିଜର ମାପ ଚୂପ କରି କୋଣାର୍କର ମୁଣ୍ଡି ମାରିଥିଲେ । ଏହା ଦେଖି ବିଶୁ ମହାରଣା ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ବାରଶହ ବଢେଇ ଖୁସିରେ କୁରୁଳି ଉଠିଥିଲେ । କିନ୍ତୁ ଯେତେବେଳେ ମହାରାଜ ଜାଣିବେ ଯେ, ବାରଶହ ବଢେଇ ଯେଉଁ ମନ୍ଦିରର ମୁଣ୍ଡି ମାରିପାରିଲେ ନାହିଁ, ଜଣେ ୧୨ବର୍ଷର ବାଳକ ସେହି ମନ୍ଦିରର ମୁଣ୍ଡି ମାରିଲା, ତେବେ ବାରଶହ ବଢେଇଙ୍କର ମୁଣ୍ଡ କାଟ ହେବା ନିଶ୍ଚିତ ବୋଲି ବିଶୁ ଜାଣିଥିଲେ । ଏକଥା ଜାଣିପାରି ଧର୍ମପଦ ବାରଶହ ବଢେଇଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଅଥଳ ସମୁଦ୍ରକୁ ଲମ୍ଫ ପ୍ରଦାନ କରି ଜୀବନ ହାରିଥିଲେ । ବାଜି ରାଉତ ମଧ୍ୟ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ସହିଦ ହୋଇଥିଲେ । ଦେଶ ସ୍ୱାଧୀନ ହେବାରେ ତଥା ଦୁର୍ନୀତିମୁକ୍ତ ସମାଜ ଗଠନରେ ଏହିମାନେ ହିଁ ସମାଜ ପାଇଁ ଜଣେ ଜଣେ ଉଦାହରଣ ।
ବର୍ତ୍ତମାନ ଆମ ସମାଜରେ ଅନେକ ମୁଷ୍ଟିମେୟ କୁଚକ୍ରି ବ୍ୟକ୍ତି ଅଛନ୍ତି ଯେଉଁମାନେ କି ମନେ ମନେ ନିଜକୁ ସମାଜସେବୀ ତଥା ସ୍ୱେଚ୍ଛାସେବୀ ଦାବି କରି ସାମଜରୁ ଦୁର୍ନୀତି ହଟାଇବାକୁ ଆୟୁଧ କରି ନିଜର ଫାଇଦା ଓ ସ୍ୱାର୍ଥ ହାସଲ ପାଇଁ ଧାରଣା, ଆନ୍ଦୋଳନ ଓ ଧର୍ମଘଟ ଚଳାଇଛନ୍ତିି । ଯେଉଁମାନେ ସମାଜରେ ଭଲ କାମ କରୁଛନ୍ତି, ଗରିବ ଅସହାୟ ଲୋକମାନଙ୍କୁ ସହଯୋଗର ହାତ ବଢାଉଛନ୍ତି, ଅବହେଳିତ, ନିଷ୍ପେସିତ, ଗରିବ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ସଂଗ୍ରାମ କରୁଛନ୍ତି, କୃଷି ଓ କୃଷକର ହକ୍ ପାଇଁ ସଂଗ୍ରାମ କରୁଛନ୍ତି ତଥା ଅନ୍ୟାନ୍ୟ ନାମୀଦାମୀ ତଥା ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତି, ସଂଗଠନମାନଙ୍କୁ ଏହି କୁଚକ୍ରି ବ୍ୟକ୍ତିମାନେ ଟାର୍ଗେଟ କରି ନିଜର କୁଚକ୍ରି ଗୋଷ୍ଠୀମାନଙ୍କ ଜରିଆରେ ବ୍ଲାକମେଲିଂ କରିଥାନ୍ତି । କଥା କଥାକେ ଗାନ୍ଧୀ, ଗୋପବନ୍ଧୁଙ୍କ ଉଦାହରଣ ଦେଇ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ନିଜର ହୀନ ପ୍ରୟାସକୁ ବାଛି ନେଇଛନ୍ତି । ଏମାନଙ୍କର ଏହି ଆନ୍ଦୋଳନ, ଅନଶନ ଯୋଗୁଁ ସମାଜରେ ତ କୌଣସି ଉନ୍ନତି ଘଟିନଥାଏ, ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ କୌଣସି ପ୍ରଭାବ ପଡ଼ିନଥାଏ ବରଂ ଏଥିପାଇଁ ରାଜଧାନୀବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଲୋକମାନଙ୍କର ଯାତାୟତରେ ବାଧା ସୃଷ୍ଟି ହୁଏ, ରୋଗୀମାନେ ଡ଼ାକ୍ତରଖାନାକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ଛାତ୍ରଛାତ୍ରୀମାନେ ସ୍କୁଲ୍ କଲେଜ ଯିବାରେ ସମସ୍ୟା ସୃଷ୍ଟି ହୋଇଥାଏ ସର୍ବୋପରି ବରିଷ୍ଠ ନାଗରିକମାନଙ୍କ ମଧ୍ୟ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥାଏ ।
ଅନ୍ୟପକ୍ଷରେ କହିବାକୁ ଗଲେ ଏହି କୁଚକ୍ରିବ୍ୟକ୍ତିମାନେ ଯେଉଁ ଆନ୍ଦୋଳନ, ଅନଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରି ଅଜସ୍ର ଅର୍ଥ ଖର୍ଚ୍ଚ କରୁଛନ୍ତିି, ସେ ଅର୍ଥ ଆସୁଛି କେଉଁଠୁ । କିଏ ଏମାନଙ୍କୁ ଏତେ ପରିମାଣ ଅର୍ଥ ଦେଉଛନ୍ତି, ଯେଉଁମାନେ ଏତେ ପରିମାରଣ ଅର୍ଥ ଦେଉଛନ୍ତି, ସେମାନଙ୍କର ଫାଇଦା କ’ଣ । ଏହି ତଥା ତଥାକଥିତ କୁଚକ୍ରି ଗୋଷ୍ଠୀମାନଙ୍କର ରୋଜଗାର ମାଧ୍ୟମ କ’ଣ, କିପରି ଏମାନେ ରାଜଧାନୀ ଭୁବନେଶ୍ୱରରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି, କିପରି ଏମାନେ ନାମି ଦାମୀ ଆପାର୍ଟମେଣ୍ଟରେ ଘରଭଡ଼ା ନେଇ ଅୟସରେ ରହୁଛନ୍ତି, ନିଜର ପିଲାମାନଙ୍କୁ ଦାମୀ ସ୍କୁଲ୍ରେ ପାଠ ପଢାଉଛନ୍ତି ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି! ଆଉ କେତେକ ବ୍ୟକ୍ତି ଅଛନ୍ତି ସେମାନେ ଗୋଟିଏ ଗୋଟିଏ ସଂଗଠନ ତିଆରି କରି ଓଡ଼ିଶାରୁ ଦୁର୍ନୀତି ଦୂର କରିବା ଆଳରେ ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗ ନେଇ ·ପ ପ୍ରୟୋଗ କରିଥାନ୍ତି ଯାହାଫଳରେ ସେମାନେ ଲୋକଲୋଚନକୁ ଆସିଥାନ୍ତି । ଏମାନେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ଶାଖା ଗଠନ କରି ସଭ୍ୟ ·ନ୍ଦା ଆଦାୟ ନାମରେ ଭଲ ଅର୍ଥ ରୋଜଗାର କରୁଛନ୍ତି । ଓଡ଼ିଶାରୁ ଦୁର୍ନୀତି ହଟୁ ବା ନ ହଟୁ କିନ୍ତୁ ଏମାନେ ନିଜର ରୋଜଗାର ବଢାଇ ·ଲିଛନ୍ତି । ଏବେ ବି ରାଜଧାନୀରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର କି କୌଣସି ରୋଜଗାରର ପନ୍ଥା ନାହିଁ, କିନ୍ତୁ ସେମାନଙ୍କ ପାଖରେ ଏକାଧିକ ଦାମୀ ଗାଡ଼ି, ବ୍ୟାଙ୍କ ବାଲାନ୍ସ, ବିଳାସପୂର୍ଣ୍ଣ ବାସଗୃହ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଏହି ବ୍ୟକ୍ତିମାନଙ୍କ ପାଖରେ ଏକାଧିକ ଗାଡ଼ି ଓ ବ୍ୟାଙ୍କ ବାଲାନ୍ସ ଆସୁଛି କିପରି? ଅନ୍ୟ ପଟରେ ଦେଖିବାକୁ ଗଲେ ଯେଉଁ କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ·ପ ପ୍ରୟୋଗ କରୁଛନ୍ତି, ସେଥିରେ ସେମାନେ ସଫଳ ହେଉଛନ୍ତି କି? ସମାଜରୁ ଦୁର୍ନୀତି ହଟୁଛି କି, ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ମୌଳିକ ସୁବିଧା ସୁଯୋଗ ପାଉଛନ୍ତି କି? ·ଷୀମାନେ ଲାଭବାନ ହେଉଛନ୍ତି କି? କୃଷି କ୍ଷେତ୍ରରେ ଉନ୍ନତି ଘଟୁଛି କି? ବାସ୍ତବରେ ଏହି କୁଚକ୍ରି ଗୋଷ୍ଠୀମାନଙ୍କର ସମାଜ ପ୍ରତି କିଛି ଅବଦାନ ନାହିଁ, କି ସମାଜକୁ ଦୁର୍ନୀତିମୁକ୍ତ ତଥା ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ଏମାନଙ୍କର କିଛି ଅବଦାନ ନାହିଁ । କେବଳ ନିଜର ସ୍ୱାର୍ଥ ହାସଲ ଓ ଅର୍ଥ ରୋଜଗାର କରି ଲୋକ ଦେଖାଣିଆ ସମାଜକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆନ୍ଦୋଳନ ଓ ଅନଶନ ଭଳି ହୀନ ପନ୍ଥା ଅପାଣାଇଥାନ୍ତି । ବାସ୍ତବରେ ଯେତେବେଳେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଘଟୁଛି, ଦେଶରେ ମାନ୍ଦାବସ୍ଥା ସୃଷ୍ଟି ହେଉଛି, ନିଜର ହକ୍, ଅଧିକାର ପାଇଁ ବିଭିନ୍ନ ସଂଗଠନ ତରଫରୁ ଧର୍ମଘଟ, ହରତାଳ କରାଯାଉଛି, ଭାରତ ବନ୍ଦ ଡ଼ାକରା ଦିଆଯାଉଛି, ସେତେବେଳେ ଏହି କୁଚକ୍ରି ଗୋଷ୍ଠୀମାନେ ଘର କୋଣରେ ଚୁଡ଼ିପିନ୍ଧି ଲୁଚି ରହୁଛନ୍ତି । କାହିଁକି ନା ସମୂହ ସ୍ୱାର୍ଥ ଦୃଷ୍ଟିରୁ ଧର୍ମଘଟରେ ସାମିଲ୍ ହେଲେ, ଏମାନଙ୍କର ଅସଲ ଚେହେରା ପଦାରେ ପଡ଼ିଯିବ ଓ ଏମାନଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯିବ ।
ସେହିପର ଅନେକ ସମୟରେ ବହୁ ଉଚ୍ଚପଦସ୍ଥ ଅଫିସର, କିରାଣୀ, ପିଅନମାନେ ଲାଞ୍ଚ ନେଇ ଧରାପଡ଼ି ଜେଲ୍ ଯିବା ବିଭିନ୍ନ ଗଣମାଧ୍ୟରେ ପ୍ରକାଶିତ ହେଉଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହି ଅଫିସରମାନେ ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇ ସାଧାରଣ ଜନତାଙ୍କ ଶରବ୍ୟର ଶିକାର ହୋଇଥାନ୍ତି କିନ୍ତୁ ଯେଉଁ ବ୍ୟକ୍ତିବିଶେଷ ନିଜର କାର୍ଯ୍ୟ ହାସଲ ପାଇଁ ଏହି ଅଫିସର ମାନଙ୍କୁ ଲାଞ୍ଚ ଦେଇଥାନ୍ତି, ସେମାନେ କ’ଣ ଦୋଷୀ ନୁହଁନ୍ତି କି? ସେମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି? ଆଉ କେତେକ ଦଲାଲ ଅଛନ୍ତି ଯେଉଁମାନେ କି ନିଜକୁ ବିଭିନ୍ନ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ପରିଚୟ ଦେଇ, ବେକରେ ଖଣ୍ଡିଏ ନକଲି ପରିଚୟ ପତ୍ର ପକାଇ ରାଜଧାନୀରେ ଅନୁଷ୍ଠିତ ବିଭିନ୍ନ ଅନୁଷ୍ଠାନମାନଙ୍କ ତରଫରୁ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେଇ ମାଗଣାରେ ଖାଇବା ସହିତ ମାଗଣାରେ ପେନ୍, ପ୍ୟାଡ଼, ବ୍ୟାଗ ଓ ଉପହାର ହାତେଇଥାନ୍ତି । ସେହିପରି ବିଭିନ୍ନ ଗ୍ରାମାଞ୍ଚଳରୁ ରାଜଧାନୀକୁ ନିଜର କାର୍ଯ୍ୟ ହାସଲ ପାଇଁ ଆସୁଥିବା ନିରୀହ ବ୍ୟକ୍ତିମାନଙ୍କୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଟାର୍ଗେଟ କରି ନିଜକୁ ଜଣେ ବଡ଼ ସାମ୍ବାଦିକ, ଅଫିସର, ରାଜନୈତିକ ଦଳର ନେତା ଦର୍ଶାଇ କାର୍ଯ୍ୟ ହାସଲ କରିବାର ପ୍ରତିଶ୍ରୁତି ଦେଇ ଏହି ନୀରିହ ବ୍ୟକ୍ତିମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରିଥାନ୍ତି ।
ଏବେ ମଧ୍ୟ ସମାଜରେ ଅନେକ ସମାଜସେବୀ, ସ୍ୱେଚ୍ଛାସେବୀ ଓ ସଂଗଠନ ଅଛନ୍ତି ଯେଉଁମାନେ କି ବିନା ସ୍ୱାର୍ଥରେ ନିଜର ସଂଗ୍ରାମ ଜାରି ରଖିଛନ୍ତି । କିପରି ସମାଜରୁ ଦୁର୍ନୀତି ଦୂର ହେବ, ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହେବ, ସେଥିପାଇଁ ବିଭିନ୍ନ ସଚେତନତାର ବାର୍ତ୍ତା ବାଣ୍ଟି ·ଲିଛନ୍ତି, କୃଷି ଓ କୃଷକର ଉନ୍ନତି ପାଇଁ ଲଢେଇ ଜାରି ରଖିଛନ୍ତି, ଛାତ୍ରଛାତ୍ରୀମାନଙ୍କ ପାଠପଢା କ୍ଷେତ୍ରରେ ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି, ଜନସାଧାରଣଙ୍କ ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି, ସମାଜରେ ବଢି ·ଲିଥିବା ହିଂସା, ଦୁର୍ନୀତି, ଧର୍ଷଣ, ନାରୀ ନିର୍ଯ୍ୟତନା ଆଦି କ୍ଷେତ୍ରରେ ଜନସାଧାରଙ୍କୁ ସଚେତନ କରି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରୁଛନ୍ତି, ଏହି କୁଚକ୍ରି ଗୋଷ୍ଠୀମାନେ ଏମାନଙ୍କ ଠାରୁ କିଛି ଶିଖିବାର ଅଛି । ଏବେ ସାଧାରଣ ଜନତା ଏହି କୁଚକ୍ରିମାନଙ୍କର ଅସଲ ଚେହେରା ଜାଣିଗଲେଣି । ଏମାନେ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯେଉଁ ପରିମାଣରେ ସାଧାରଣ ଲୋକେ ଯୋଗ ଦେଉଥିଲେ, ଏବେ ତାହା ଧୀରେ ଧୀରେ କମିବାରେ ଲାଗିଛି । ସମୟ ଆସିବ ଏହି କୁଚକ୍ରିମାନଙ୍କ ବ୍ୟତୀତ ଆଉ କୌଣସି ବ୍ୟକ୍ତି ଏମାନଙ୍କ ସାଙ୍ଗରେ ଆଉ ଯୋଗ ଦେବେନାହିଁ । ତେଣୁ ବେଳହୁ ସାବଧାନ ।

ସୁବାସ କୁମାର ତାରଣିଆଁ
କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ