ସରିଲା ଧନୁଯାତ୍ରା

ବରଗଡ଼: ବରଗଡର ପ୍ରସିଦ୍ଧ ଧନୁଯାତ୍ରାର ଶୁକ୍ରବାର ଥିଲା ଉଦ୍ଯାପିତ ଦିବସ । ଦୀର୍ଘ ୧୧ ଦିନଧରି ଚାଲିଥିବା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଯାତ୍ରାର ଅନ୍ତିମ ଦିନରେ ମଥୁରା ନଗରୀର ପ୍ରବଳ ପ୍ରତାପି ମହାରାଜ କଂସ ନିଜ ଭଣଜା କୃଷ୍ଣଙ୍କ ହାତରେ ନିହତ ହୋଇଛନ୍ତି । ପୌରାଣିକ କାହାଣୀକୁ ଆଧାର କରି ବହୁ ବର୍ଷରୁ ଆରମ୍ଭ କରାଯାଇଥିବା ଯାତ୍ରା ସମୟରେ କଂସ ମହାରାଜ ବରଗଡ଼ରେ ରାଜୁତି କରିଥିଲେ । ଶୁକ୍ରବାର ଯାତ୍ରା ସରିବା ପରେ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୁବନେଶ୍ୱର ପ୍ରଧାନ ପୁରୀ ଯାଇ ମହୋଦଧିରେ ସ୍ନାନ କରିଛନ୍ତି । ଏହା ସହିତ କରିଥିବା ପାପର ପ୍ରାୟଶ୍ଚିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ