ଜେଲରୁ ବାହାରିଲେ ପୁଞ୍ଜିଲାଲ

ପାଟଣାଗଡ଼: ରବିବାର ଅପରାହ୍ନରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟଅଭିଯୁକ୍ତ ପୁଞ୍ଜିଲାଲ ମେହେର ବଲାଙ୍ଗୀର ଜେଲରୁ ବାହାରିଛନ୍ତି । ପୁଞ୍ଜିଲାଲଙ୍କ ମା’ଙ୍କର ଗତ ଶୁକ୍ରବାର ରାତିରେ ପରଲୋକ ପରେ ସେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ସେ ଘରକୁ ଯିବାକୁ ଆବେଦନ କରିଥିଲେ। ରବିବାର ଛୁଟିଦିନ ଥିବାରୁ ପୁଞ୍ଜିଲାଲ ଜେଲରୁ ମୁକୁଳି ପାରୁନଥିଲେ , କାଗଜପତ୍ର କାମ ପାଇଁ ଅଟକି ରହିଥିଲା। ପରେ ଶେଷରେ ଜେଲ୍ରୁ ଆଜି ବାହାରିଛନ୍ତି। ଏପଟେ ପୁଅ ଜେଲରେ ଥିବାରୁ ମା’ଙ୍କ ଅନ୍ତେଷ୍ଟିକ୍ରିୟା ହୋଇପାରୁନଥିଲା। ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି। ପୁଞ୍ଜିଲାଲ ଜେଲରୁ ବାହାରିବା ପରେ ଶବ ସତ୍କାର କରାଯିବ ବୋଲି କହିଛନ୍ତି ପରିବାର ଲୋକ। । ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲ ମେହେରଙ୍କ ଓକିଲ ପାଟଣାଗଡ ଏଡିଜେ କୋର୍ଟରେ ଜାମିନ ଆବେଦନ କରିଥିଲେ । ଗତ ଶୁକ୍ରବାର ରାତିରେ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହରଙ୍କର ମୃତ୍ୟୁ ହୋଇଥିଲା। ଶବ ସତ୍କାର ପାଇଁ ପୁଞ୍ଜିଲାଲଙ୍କ ଓକିଲ ୧୫ ଦିନ ପାଇଁ ଜେଲରୁ ଛାଡ଼ିବାକୁ ନିବେଦନ କରିଥିଲେ। ମାତ୍ର କୋର୍ଟ ଗୋଟିଏ ଦିନ ପାଇଁ ଅନୁମତି ଦେଇଛନ୍ତି। ସୂଚନାଥାଉକି ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସୌମ୍ୟଶେଖର ଓ ରିମାଙ୍କ ବାହାଘରର୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍ଟ ପାର୍ସଲ। ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ ଆଉ ପୁଞ୍ଜିଲାଲ ଥିଲେ ଏହାର ମାଷ୍ଟର ମାଇଣ୍ଡ। ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ରିମା ଗୁରୁତର ଆହତ ହୋଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ