ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌) : ଚାନ୍ଦପୁର ପଞ୍ଚାୟତର ଡଭାର ପୁରୁଷୋତ୍ତମ ପୁର ଶାସନର ଲୋକପ୍ରିୟ ପୁରୋହିତ ପ୍ରସାଦ କୁମାର ପ୍ରହରାଜଙ୍କ ମାତା ଶୋଭାବତୀ ପ୍ରହରାଜଙ୍କ  ଶନିବାର ରାତି ୧୦ ଟାରେ ନିଜର ବାସଭବନରେ  ପରଲୋକ ହୋଇଯାଇଛି । ଶୋଭାବତୀ ପ୍ରହରାଜ ଜଣେ ଧର୍ମ ପରାୟଣ ମହିଳା।ସେ ଜୀବିତ ଥିଲା ବେଳେ ଗାଁ ବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର‌୍ୟ୍ୟ ଓ ଧର୍ମ ଅନୁଷ୍ଠାନ ଗୁଡ଼ିକରେ ସମସ୍ତ ସାହାଯ୍ୟ ଓ ସହଯୋଗ କରି ଅଞ୍ଚଳ ବାସୀଙ୍କ ପ୍ରିୟ ପାତ୍ରୀ ହୋଇ ପାରିଥିଲେ।ମୃତ୍ୟୁ ବେଳକୁ ଦୁଇ ପୁଅ ଲମ୍ବୋଦର ପ୍ରହରାଜ ଓ ପ୍ରସାଦ କୁମାର ପ୍ରହରାଜ ସମେତ ଦୁଇ ବୋହୂ,ତିନି ଝିଅ ଜ୍ୱାଇଁ ଏବଂ ନାତିନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଚାନ୍ଦପୁର ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ