ନାବାଳିକା ଗଣଦୁଷ୍କର୍ମ ଘଟଣା: ୩ ଅଟକ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍‌) : ଥମିବାର ନାଁ ଧରୁନାହିଁ ଲଜ୍ଜ୍ୟା । ପୁଣି ଥରେ ଗଂଜାମ ଜିଲ୍ଲାରେ ଜଣେ ନାବାଳିକାକୁ ପ୍ରଥମେ ଅପହରଣ ପରେ ନାବାଳିକାକୁ ଅତିନିଷ୍ଠୁର ଭାବେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ଦିନ ନାବାଳିକା ଜଣକ ଝାଡା ଯାଇଥିବା ବେଳେ ତାଙ୍କୁ ଜଣେ ପ୍ରଥମେ ତାଙ୍କୁ ଟଣା ଓଟରା କରିଥିଲେ । ଏହା ପରେ ନାବାଳିକା ଜଣକ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଦୈାଡି ପଳାଉଥିବା ବେଳେ ବିପରୀତ ଦିଗରୁ ୨ ଜଣ ଆସି ହାତ ଗୋଡ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚାରା କରୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ