ବାତ୍ୟା ଯୋଗୁଁ ଦୁର୍ଗମ ଗାଁ ର ୮୮ ଜଣଙ୍କୁ ସ୍ଥାନାନ୍ତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  ବାତ୍ୟା ‘ମୋନ୍ ଥା’  ପ୍ରଭାବରେ ସୋମବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଅପରାହ୍ନ ପ୍ରାୟ ୧ ଟାରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ବିଡ଼ିଓ ଅନାମିକା ପାଣ୍ଡେ,ଅତିରିକ୍ତ ବିଡ଼ିଓ ଉମେଶ ସେଠୀ, ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ ରୟ, ଜିପିଡିଓ ରୋଜାଲିନ ଦଳେଇ ପ୍ରମୁଖ   ସହଦେବ ଟିକରପଡ଼ା ପଞ୍ଚାୟତ ପର୍ବତ ଘେର ରେ ଥିବା ଦୁର୍ଗମ ଦାଦୁରୁମା ରେ  ପହଞ୍ଚି କଚ୍ଚା ଚାଳ ଘରେ ରହୁଥିବା ବହୁ ସଂଖ୍ୟକ ଗ୍ରାମବାସୀଙ୍କୁ ବାତ୍ୟା ଆସୁଥିବା ନେଇ ସଚେତନ କରିଥିଲେ। ପରେ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଦାଦୁରୁମା ଏବଂ ଗୋଛାପାଟ ଉଭୟ ଗ୍ରାମର  ୮୮ ଜଣଙ୍କୁ ଅପରାହ୍ନ ୪ ଟାରେ ନିକଟସ୍ଥ ଘାସିଆମ୍ବ ଗାଁ ବିଦ୍ୟାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ପ୍ରଶାସନ ପକ୍ଷରୁ ସନ୍ଧ୍ୟା ରେ ରନ୍ଧାଖାଦ୍ୟ,ବିଶୁଦ୍ଧ ପାନୀୟଜଳ ଦିଆଯାଇଛି।ବାତ୍ୟା ର ପ୍ରଭାବ କମିଲେ ସେମାନଙ୍କୁ ଗାଁ ରେ ଛାଡି ଦିଆଯିବ ବୋଲି ବିଡ଼ିଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ