କାଲି ଘୋଷଣା ହେବ ବିଶ୍ବକପ ପାଇଁ ଭାରତୀୟ ଦଳ

ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ ।

କିନ୍ତୁ ଏହି ୧୫ ଜଣିଆ ଦଳରେ କିଏ କିଏ ରହିବେ ତାହାକୁ ନେଇ ଏବେଠାରୁ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଲାଣି । ଜାତୀୟ ସ୍ତରର ଖବରକାଗଜ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୫ ଜଣିଆ ଦଳ ମଧ୍ୟରୁ ଇତି ମଧ୍ୟରେ ୧୪ ଜଣଙ୍କ ନାଁ ଚୂଡାନ୍ତ ହୋଇସାରିଲାଣି । କାଲିସୁଦ୍ଧା ଆଉ ଜଣକର ନାଁ ଚୂଡାନ୍ତ ହୋଇଯିବ । ଏହି ରିପୋର୍ଟ ଅନୁସାରେ ବିରାଟ କୋହଲୀ ଦଳର ନେତ୍ତ୍ବ ନେବେ । ଅନ୍ୟ ଖେଳାଳୀମାନେ ହେଲେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି, ଶିଖର ଧୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଯୁଜବେନ୍ଦ୍ର ଚହଲ, କୂଳଦୀର ଯାଦବ, ଭୁବନେଶ୍ବର କୁମାର, ବୁମରା, ମହମ୍ମଦ ସମି, କେଦାର ଯାଦବ, କେଏଲ ରାହୁଲ,ବିଜୟ ଶଙ୍କର ଓ ରିଷଭ ପନ୍ତ ।
ଆସିସି ବିଶ୍ବକପ କ୍ରିକେଟ ଆସନ୍ତା ମଇ ୩୦ ତାରିଖରୁ ଆରମ୍ଭ ହେଉଥିବାବେଳେ ଏପ୍ରିଲ ୨୩ ସୁଦ୍ଧା ସବୁ ଟିମଙ୍କୁ ନିଜର ୧୫ ଜଣିଆ ଦଳ ଘୋଷଣା କରିବାକୁ ଆଇସିସି କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ