ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ

ମୁମ୍ୱାଇ- ମଙ୍ଗଳବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମୁକାବିଲା ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ ରେ  ଦିନ ୧ଟା୩୦ରେ ଖେଳାଯିବ । ଏହି ମ୍ୟାଚ୍ ଖେଳି ଚଳିତ ବର୍ଷର ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ। ୨୦୨୦ର ପ୍ରଥମ ଟି୨୦ ଶୃଙ୍ଖଳାରେ ଭାରତ ପଡୋଶୀ ଶ୍ରୀଲଙ୍କାକୁ ୨-୦ରେ ପରାଜୟ କରି ସିରିଜ ବିଜୟ ହାସଲ କରିଛି । ବର୍ଷର ପ୍ରଥମ ସିରିଜରେ ବିଜୟ ଲାଭ କରି ଟିମ ଇଣ୍ଡିଆ ଖେଳିଳିଙ୍କ ମନୋବଳ ଉଚ୍ଚ ରହିଥିଲେ ମଧ୍ୟ ପ୍ରକୃତ ପରୀକ୍ଷା ଏହି ସିରିଜରେ ହେବ ବୋଲି ମତ ଦେଇଛନ୍ତି କ୍ରିକେଟ ପଣ୍ଡିତ ମାନେ । ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ କୋହଲି ବାହିନୀର ଅସଲ ପରୀକ୍ଷା ହେବାକୁ ଯାଉଛି । ଗତବର୍ଷ ପ୍ରାରମ୍ଭରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ପାଞ୍ଚଟିକିଆ ଶୃଙ୍ଖଳାରେ ୩-୨ରେ ବିଜୟୀ ହୋଇଥିଲା। ଭାରତ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଶେଷ ତିନିଟି ମୁକାବିଲାରେ ଲଗାତାର ବିଜୟ ହାସଲ କରି କଙ୍ଗାରୁ ଦଳ ଶୃଙ୍ଖଳା ବିଜୟର ସ୍ବାଦ ଚାଖିଥିଲା । ଗତବର୍ଷ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ଏବେ ଭଲ ମୌକା ରହିଛି । ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଭାରତ ପାଖରେ ଲମ୍ବା ବ୍ୟାଟିଂ ଲାଇନ ଥାଇ ମଧ୍ୟ ସମ୍ପୂର୍ଣ୍ଣ ଦଳ ନିର୍ଦ୍ଧାରିତ ୫୦ଓଭର ଖେଳିବାରେ ଅସମର୍ଥ ହୋଇଛି । ୫ଟି ବଲ ବାକି ଥାଇ ସମ୍ପୂର୍ଣ୍ଣ ଦଳ ମାତ୍ର ୨୫୫ରନ କରି ସମସ୍ଥ ୱିକେଟ ହରାଇଛି । ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୯୧ବଲରେ ୭୪ରନ କରିଛନ୍ତି। ଯେଉଁଥିରେ ତାଙ୍କର ୯ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି ।

 

Spread the love

Leave a Reply

Your email address will not be published. Required fields are marked *

error: Content is protected !!