ଦିଲ୍ଲୀ ବିଧାନସଭା ନିର୍ବାଚନ : ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଜାନୁଆରୀ ୨୧ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ। ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଜାନୁଆରୀ ୨୪ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ନିର୍ବାଚନ ଆୟୋଗ ତରଫରୁ ୩୬ଟି ନିର୍ବାଚନ ଅଫିସ୍‌ କରାଯାଇଛି । ଦିଲ୍ଲୀର ୧୧ଟି ଜିଲ୍ଲାରେ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ର ଦାଖଲ ପାଇଁ କାର୍ଯ୍ୟ କରିବେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଫେବୃଆରୀ ୮ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୧୧ ତାରିଖରେ ଫଳାଫଳ ଘୋଷଣା ହେବ । ଚଳିତ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୨୨ ତାରିଖରେ ଶେଷ ହେବ । ୨୦୧୫ ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୯୨୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୨୩୧ ଜଣଙ୍କ ଖାରଜ ହୋଇଥିଲା। ୬୭୩ ଜଣ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହିପରି ୧୯୯୩ରେ ସବୁଠାରୁ ଅଧିକ ପ୍ରାର୍ଥୀ ଏହି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ୧୯୯୩ରେ ହୋଇଥିବା ପ୍ରଥମ ନିର୍ବାଚନରେ ୧୩୧୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ଓହ୍ଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ