୨୦ରେ ବିଜେପି ସଭାପତି ଦାୟିତ୍ୱ ନେବେ ଜେପି ନଡା

ନୂଆଦିଲ୍ଲୀ : ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡା ଦଳର ପରବର୍ତ୍ତୀ ଜାତୀୟ ସଭାପତି ହେବା ନିଶ୍ଚିତ ହୋଇଯାଇଛି । ଆସନ୍ତା ସପ୍ତାହରେ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବର୍ତ୍ତମାନର ସଭାପତି ଅମିତ ଶାହାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଜାନୁଆରି ୨୦ରେ ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବ । ଗତବର୍ଷ ଜୁଲାଇ ମାସରୁ ନଡା ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରେ ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ହେବା ପରେ ନଡାଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା । ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ନଡା ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିଲେ ଏବଂ ତାଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶରେ ବିଜେପି ୮୦ ଲୋକସଭା ଆସନରୁ ୬୨ରେ ବିଜୟୀ ହୋଇଥିଲା । ଏଥିପାଇଁ ଦଳ ତାଙ୍କୁ ଏହି ପୁରସ୍କାର ଦେବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ