ଶିକ୍ଷୟତ୍ରୀଙ୍କୁ ହାତୁଡିରେ ଛେଚି ହତ୍ୟା ପରେ ମହଲାରୁ ଡେଇଁଲା ହତ୍ୟାକାରୀ

ମୁମ୍ବାଇ: ଜଣେ ବ୍ୟକ୍ତି ଶିକ୍ଷୟତ୍ରୀ ଙ୍କ ମୁଣ୍ଡକୁ ହାତୁଡିରେ ବାରମ୍ବାର ଶକ୍ତ ଝଟକା ଦେବା ପରେ ନିଜେ ଉଚ୍ଚ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି ।ଏଭଳି ଏକ ଅଭାବନୀୟ ଘଟଣା ମୁମ୍ବାଇ ଅଂଚଳରେ ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ ଜଣେ ରିୟଲ ଇଷ୍ଟେଟ୍ ଲଜେଣ୍ଟ ମୁମ୍ବାଇର ଭାନ୍ଦୁପଠାରେ ଜଣେ ଶିକ୍ଷୟତ୍ରୀଙ୍କ ମୁଣ୍ଡକୁ ଶକ୍ତ ଝଟକା ଦେଇ ହତ୍ୟାକରିବା ପରେ ରିୟଲ ଇଷ୍ଟେଟ୍ ଏଜେଣ୍ଟ ଜଣକ ଅପରାଧ ଘଟାଇବା ପରେ ଉଚ୍ଚା ସ୍ଥାନକୁ ଡେଇଁଥିଲେ ମଧ୍ୟ ବ୍ୟକ୍ତିଙ୍କର ଜୀବନ ହାନି ହୋଇନଥିବା ଜଣାପଡିଛି । ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଦିନ ପ୍ରାୟ ୧୧.୩୦ ସମୟରେ ଶିକ୍ଷୟିତ୍ରୀ ଜଣକ ନିଜ ଘରୁ ବାହାରକୁ ବାହାରୁଥିବା ବେଳେ ଅଭିଯୁକ୍ତ ଜଣକ ଏକ ହାତୁଡ଼ି ଆଣି ତାଙ୍କୁ ଆକ୍ରମଣ କରିଥିଲା। ଅଭିଯୁକ୍ତଙ୍କର ଏପରି ଆଚରଣରେ ସେଠାରେ ଥିବା ସୁରକ୍ଷାକର୍ମୀ ଆଚମ୍ବିତ ହେବା ସହ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ସେଠାରେ ଜଗିଥିବା ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ବି ଧରି ପାରି ନଥିଲେ। ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ମୁଲୁଣ୍ଡ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ମାତ୍ର କେତେ ଘଣ୍ଟାର ଚିକିତ୍ସା ପରେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ