ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସଚେତନତା ଶୋଭାଯାତ୍ରା

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌); ଭାରତୀୟ ଜନତା ପାର୍ଟି ଜିଲ୍ଲା ଶାଖା ପକ୍ଷରୁ ନାଗରିକତା ସଂଶୋଧନ ଆଇନ -୨୦୧୯ ସମ୍ପର୍କରେ   ଜନସାଧାରଣଙ୍କୁ ସଚେତନ କରାଇବା ଉଦେଶ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ତିନିମୁହାଣିସ୍ଥିତ ରାମ ମନ୍ଦିର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା । ଏହି ଶୋଭାଯାତ୍ରା ତିନିମୁହାଣି ଛକରେ ପହଁଚିବା ପରେ ସେଠାରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ସେହି ପଥପ୍ରାନ୍ତ ସଭାରେ ବିଜେପି ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି,ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଦିଲ୍ଲିପ ମଲ୍ଲିକ,କାର୍ଯ୍ୟକ୍ରମ ସଂଯୋଜକ ଅଭିମନ୍ୟୁ ସେଠୀ,ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ,ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ,ଅଲେଖ କୁମାର ଜେନା,ସୁନାକର ବେହେରା,ବିଜୟ କୁମାର ପ୍ରଧାନ,ବରିଷ୍ଠ ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ,ଉପସଭାପତି ଉପୀନ ରାଉତ,ଜିଲ୍ଲା ସାଧାରଣ ସମ୍ପାଦକ ଗଗନବିହାରୀ ସାହୁ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କାନନବାଳା ଦାସ ପ୍ରମୁଖ ଯୋଗଦେଇ କହିଥିଲେ ଯେ ମୋଦି ସରକାର ନାଗରିକତା ସଂଶୋଧନ ଆଇନ – ୨୦୧୯ ସଂସଦରେ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗାନ୍ଧିବାଦୀ ମାନବିକତାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛନ୍ତି ମୋଦି ସରକାର । ସରକାରଙ୍କ ଏହି ପଦକ୍ଷେପ ଧର୍ମ ଆଧାରରେ ହୋଇଥିବା ବିଭାଜନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇ ଅତ୍ୟାଚାରିତ ହୋଇଥିବା ସେହି ପିଡିତମାନଙ୍କ ମାନବାଧିକାରକୁ ସୁନିଶ୍ଚିନ୍ତ କରିବ । କିନ୍ତୁ ବିରୋଧୀ ଦଳମାନେ ଦେଶରେ ମିଥ୍ୟା ଗୁଜବ ପ୍ରଚାର କରି ନିଜର କ୍ଷୁଦ୍ର ସ୍ୱାର୍ଥ ପାଇଁ ରାଜନୀତି କରୁଛନ୍ତି ।  ଦଳ ପକ୍ଷରୁ ସେହି ନାଗରିକତା ସଂଶୋଧନ ଆଇନ -୨୦୧୯ ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଶୋଭାଯାତ୍ରା ତିନିମୁହାଣି ରାମ ମନ୍ଦିରରୁ ବାହାରି ଗୋପ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ସେଥି ପାଇଁ ଅନୁମତି ନଦେବାରୁ ତିନିମୁହାଣି ଛକରେ ଏକ ପଥପ୍ରାନ୍ତ ସଭା କରାଯାଇ ସେହିଠାରୁ ସମସ୍ତ ଦଳୀୟ କର୍ମୀ ପୁଣି ତିନିମୁହାଣି ରାମ ମନ୍ଦିରକୁ ଫେରିଯାଇ ସେଠାରୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଫେରିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପଥପ୍ରାନ୍ତ ସଭାରେ ନେହେରୁ ସାହୁ, ଦିଲ୍ଲିପ ଦାଶ, ରଶ୍ମିରଞ୍ଜନ ପ୍ରଧାନ, ନୃସିଂହ ଚରଣ ପତ୍ରୀ, ମାନସ ମହାନ୍ତି, ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ସନ୍ତୋଷ କୁମାର ଜେନା, ବିବେକାନନ୍ଦ ଦାଶ, ପ୍ରିୟଦର୍ଶିନୀ ନନ୍ଦ, ରଶ୍ମିରେଖା ଦାସ, କୃଷ୍ଣ ଚନ୍ଦ୍ର ପଣ୍ଡା, ଅମୃତ ମହାନ୍ତି ପ୍ରମୁଖ ଶତାଧିକ ତୃଣମୁଳ ସ୍ତରର ନେତୃତ୍ୱ ଓ ଦଳୀୟ ସମର୍ଥକମାନେ ଉପସ୍ତିତ ଥିଲେ ।  ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସହରରେ ବ୍ୟାପକ ପୋଲିସ  ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା  ।  ଜ୍ଞାନପୀଠ ଛକ ନିକଟରେ  ପୋଲିସ  ପକ୍ଷରୁ ତିନିମୁହାଣି – ଅଙ୍ଗୁଳାଇ ରାସ୍ତାକୁ ଅବରୋଧ କରିବା ସହ ସେଠାରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର,  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, ଡିଏସପି କାର୍ତ୍ତିକ ମଲ୍ଲିକ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ, ତପନ କୁମାର ନାୟକ, ସୁଜିତ ପ୍ରଧାନ, ଉମାକାନ୍ତ ନାୟକ, କାଳନ୍ଦି ବେହେରା, ଜ୍ୟୋତିପ୍ରକାଶ ସ୍ୱାଇଁ, ମହେଶ୍ୱର ସେଠୀଙ୍କ ସହିତ  ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ ଏବଂ  ଓ.ଏସ.ଏ.ଏଫ ୩ ପ୍ଲାଟୁନ, ଆଇ.ଆର.ବି.୪ ପ୍ଲାଟୁନ, ଓ.ଏସ.ଏ.ପି.୨ ପ୍ଲାଟୁନ ଓ ଜିଲ୍ଲା ପୋଲିସ ଏବଂ ହୋମଗାର୍ଡ ଗୋଟିଏ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିଲେ । କଜଳାସ୍ଥିତ ପୁରୁଣା ପୋଲିସ ଫାଣ୍ଡି ନିକଟରେ ମଧ୍ୟ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ଏବଂ ଜରୁରୀ ଆବଶ୍ୟକତା ପାଇଁ ଆହୁରି ୫ପ୍ଲାଟୁନ ପୋଲିସ ଫୋର୍ସ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମହଜୁଦ ଥିଲେ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ