ସମୀର ଟିଭିଏସ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):  କେଶପୁର ବଜାରସ୍ଥିତ ସମୀର ଟିଭିଏସ ପକ୍ଷରୁ ଆସନ୍ତା ୨୩ତାରିଖରେ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ସମୀର ଟିଭିଏସ କେଶପୁର ବଜାର ପରିସରରେ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ସାନ୍ତସାହି ହନୁମାନ ମନ୍ଦିର ପରିସରରେ ସମୀର ଟିଭିଏସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ରକ୍ତଦାନ ଶିବିର ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ରକ୍ତଦାନ କରିବାକୁ ଚାହୁଁଥିବା  ଇଛୁକ ବ୍ୟକ୍ତିବିଶେଷ ମୋବାଇଲ ନମ୍ବର -୭୬୮୨୦୦୦୫୪୯,୯୪୩୭୦୬୭୬୮୫ ଓ ୮୪୫୮୦୨୦୬୯୧ ଯୋଗେ ସମ୍ପର୍କ କରିବାକୁ ନିବେଦନ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁପ୍ତିରଞ୍ଜନ ଦାସ,ଅରୁଣ ଜେନା,ସୋନାଲି ଦାସ,ସାମ୍ବାଦିକ ସୁବ୍ରତ ସାମଲଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ଓ ସମାଜିକ କର୍ମୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ