ୟୁଥ୍ ମାସ୍ ସେବା ସଂଘ ପକ୍ଷରୁ ଛତ୍ରପୁର ମେଡ଼ିକାଲକୁ ଶବ ସଂରକ୍ଷଣ ଫିଜର ପ୍ରଦାନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ୍ ସେବା ସଂଘ ପକ୍ଷରୁ ଶବ ସଂରକ୍ଷଣ ରହିବା ନିମନ୍ତେ ଏକ ଫିଜର୍ ଆଜି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ୍ ମୁକ୍ତାର, ସହ ସଂପାଦକ ତ୍ରିଲୋଚନ ବେହେରା, ଛତ୍ରପୁର ହସପିଟାଲର ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ମେ ଆଇ ହେଲପ୍ ଡେକ୍ସର ମ୍ୟାନେଜର ଜିତେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ ।