ପାରଳା ଶ୍ରୀଜଗନ୍ନାଥଙ୍କ ଦାନହୁଣ୍ଡିରୁ ବାହାରିଲା 9 ଲକ୍ଷ 45 ହଜାର 590 ଟଙ୍କା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନିର୍ମାଣ କାର୍ଯ୍ୟରେ ଅନେକ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ ହୋଇ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି. ବର୍ତ୍ତମାନ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ରହିଥିବା ଦାନହୁଣ୍ଡିରୁ 9 ଲକ୍ଷ ଲକ୍ଷ 45 ହଜାର 590 ଟଙ୍କା ବାହାରିଛି. ଏହି ଅର୍ଥକୁ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଦୁର୍ଗାମାଧବ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ