ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଛତ୍ରପୁର : ଗଂଜାମ ଜିଲ୍ଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ୨୦୨୦ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଷ୍ପତ୍ତି ଅନୁଯାୟୀ ପ୍ରାପ୍ତ ୫ଘଟିକା ସମରେ ସହରରେ ରାମଧୂନ ପ୍ରଚାର, ସକାଳ ୭ଟା୧୫ ରେ ସରକାରୀ ଏବଂ ବେସରକାରୀ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ଘ୮.୩୦ମି ସମୟରେ ସ୍ଥାନୀୟ ପୁଲିସ ପଡିଆଠାରେ ପତାକା ଉତ୍ତୋଳନ କରି ମୁଖ୍ୟ ଅତିଥୀ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବେ । ପ୍ୟାରେଡରେ ସର୍ବ ମୋଟ ୩୫ଟି ଦଳ ଅଂଶ ଗ୍ରହଣ କରିବା ନିମନ୍ତେ ଆଲୋଚନା ହୋଇଛି । ଯଦି ଆଉ କୈାଣସି ଦଳ ପ୍ୟାରେଡରେ ଅଂଶ ଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ଅଛନ୍ତି ତେବେ ଗଂଜାମ ଏସପିଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଭେଟି ଏଥିନିମନ୍ତେ ଦରଖାସ୍ତ କଲେ ମଂଜୁର ହେଲେ ପ୍ୟାରେଡ୍ରେ ଅଂଶ ଗ୍ରହଣ କରିପାରିବେ । ୫ଟି ଦଳ ୪ମିନିଟ୍ ଲେଖାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବେ । ଅପରାହ୍ନରେ ଟାଉନ କ୍ଲବ ପକ୍ଷରୁ ଫୁଟବଲ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହାସହ ଡିଆରଡିଏ ଠାରେ ବହୁଭାସି କବିତା ପାଠ ଉତ୍ସବ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦା୍ୱରା ଜିଲ୍ଲା ସଂସ୍କୃତି ଭବନ ପରିସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟତଃ ପ୍ୟାରେଡ୍ ସ୍ଥଳରେ ପ୍ଲାଟିକ ପତାକା ଏବଂ ପ୍ଲାଟିକ କୈାଣସି ସାମଗ୍ରୀ ବିକ୍ରି କିମ୍ବା ବ୍ୟବହାର ହେବ ନାହିଁ । ପରିଷ୍କାର ପରିଚ୍ଛନ୍ନତା ସହ ସୁନ୍ଦର ତୋରଣ ସାଜସଜ୍ଜା କରାଯିବ । ଚଳିତ ସମସ୍ତ ବ୍ୟାଙ୍କ ଗୁଡିକରେ ଯେପରି ଜାତୀୟ ପତାକା ଉତ୍ତୋଳନ କରାଯିବ ସେଥି ନିମନ୍ତେ ଗୁରୁତ୍ୱାରୋପ କରାଯାଇଥିଲ।। ଏହାସହ ଜିଲ୍ଲାସ୍ତରୀୟ ପ୍ୟାରେଡ କୁ ଅଧିକ ଧୁମଧାମରେ ପାଳନ କରିବା ନିମନ୍ତେ ବିଭିନ୍ନ ବିଭାଗ ର ପ୍ରଜ୍ଞାପନ ମେଢ କରିବା ପାଇଁ ସ୍ଥିର କରାଯାଇଥିଲା ।ପ୍ୟାରେଡର ପୂର୍ବ ଅଭ୍ୟାସ ଆସନ୍ତା ୨୨ରୁ ୨୪ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ପଡିଆ ଠାରେ ଅନୁଷ୍ଠିତ ହେବ । ସାଧାରଣତନ୍ତ୍ର ଦିବସ ଅବସରରେ ଚଳିତ ବର୍ଷ ପ୍ରଥମ କରି ଚିତ୍ର ପ୍ରତିଯୋଗିତା କରାଯିବା ସହ ବିଭିନ୍ନ ପ୍ରତିଯୋଗିତା ସ୍କୁଲ ଓ କଲେଜ ସ୍ତରରେ ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଓ ଅଶୋକ କୁମାର ଚୈାଧୂରୀ, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ପୁର୍ବତନ ଏନଏସି ନଗରପାଳ ରାମଚନ୍ଦ୍ର ବେହେରା, ପୁଲିସ ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ନାୟକ, ଏ.ବିଶ୍ୱମ୍ବର, ସୂବଣ୍ଣମାଳା ବିଷୋୟୀ, କ୍ରିଡାବିତ୍ ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରତିଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଜିଲ୍ଲାପଂଚାୟତ ଅଧିକାରୀ ଧର୍ମାନନ୍ଦ ସେଠିଆ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କରର୍ଷଣ ପଟ୍ଟନାୟକ, ସାଉଥକୋ ନିର୍ବାହୀ ଯନ୍ତ୍ରୀ ଇଂ.ରାଜକିଶୋର ବଲ୍ଲଭ, ୟୁରୋକିଡସ୍ ପ୍ରିସ୍କୁଲର କ୍ରିଡା ଶିକ୍ଷକ ସନ୍ତୋଷ ଗୈାଡ, ଜିଲ୍ଲା କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଗ୍ରାନ୍ଥାଗାରୀକ ଅମୀୟ କୁମାର ଧଳ, ସମର୍ଥ ଅନୁଷ୍ଠାନର ସମ୍ପାଦକ କେ.ଆନନ୍ଦ ରାଓ, ବ୍ୟାଙ୍କ ଅଫ ବାରୋଦାର ଛତ୍ରପୁର ସହ-ଶାଖାପରିଚାଳିକା ସମାପ୍ତି ପଣ୍ଡା, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଅଲେଖ ପ୍ରଧାନ, ଆଇନଜିବୀ ଲକ୍ଷ୍ମୀନାରାୟଣ ଶତପଥୀ, ୟୁଥ ମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ଅଷ୍ଟମ ବାଟାଲିଅନର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଗୋପବନ୍ଧୁ ତ୍ରିପାଠୀଙ୍କ ସମେତ ବହୁ ଜନସାଧାରଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ