ରେଳବାଇ ପୋଲିସର କାର୍ଯ୍ୟକୁ ନେଇ ପ୍ରଂଶସା କଲେ ଯୁବକ

ବ୍ରହ୍‌ପୁର ,(ଯୁଗାବ୍ଦ ନ୍ୟୁଜ୍‌): ବ୍ରହ୍ମପୁର ରେଳ ଷ୍ଟେସନରେ ମଙ୍ଗଳବାର ସକାଳ ୬ ଟା ସମୟରେ ନିଜର ଡିୁ୍ୟଟିରେ ଥିବା ଏଏସ୍‌ଆଇ ପିକେ ସରଙ୍ଗୀ ଟ୍ରେନ ରୁ ମୁଲ୍ୟବାନ ଜିନିଷ ଜବତ କରିଥିଲେ । ଏହା କାହାର ପ୍ରକୃତ ଜଣାପଡିନଥିବା ବେଳେ କାର୍ଯ୍ୟରତ ଅଧିକାରୀ ଗୋଟିଲ ଲାପଟପ୍ ସମେତ ବିଭିନ୍ନ କମ୍ପାନୀର ୬ ଗୋଟି ମୋବାଇଲ , ୨ ଟି ଲୁଗା,ଓ ଅନେକ ମେକାନିକାଲ ସରଞ୍ଜାମ ଜବତ କରିଥିଲେ ଅଧିକାରୀ । ପୋଲିସର ତରଫରୁ ଯେଉଁ ସରଞ୍ଜାମ ଜବତ ହୋଇଥିଲା ତାହାର ଦାମ ୪୩, ୫୦୦ ଟଙ୍କା ବୋଲି ଆକଳନ କରାଯାଇଛି । ଅନ୍ୟ ପଟେ ଯୁବକ ଜଣକ ଏହାର ମୋର ବୋଲି ଦାବୀ କରିଥିଲେ । ଏହା ପରେ ପୋଲିସ ସମସ୍ତ ଦିଗରୁ ତଦନ୍ତ କରି ଯୁବକ ଜଣକୁ ଜିନିଷ ଫେରାଇଛି । ଯୁବକ ଜଣକ ପରିଚୟ ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟ ବର୍ତ୍ତାନ ଗଣପତି ବୋଲି ନିଜର ଭୋଟ ପରିଚୟ ପତ୍ର ଅଧିକାରୀ ନିକଟରେ ରଖିବା ପରେ ଯୁବକ ଜଣଙ୍କୁ ଅଧିକାରୀ ହସ୍ତାନ୍ତର କରିଥିଲେ । ବହୁ ମୁଲ୍ୟର ଜିନିଷ ପୋଳିସ ସୁରକ୍ଷି୍‌ତ ଭାବରେ ଦେଇଥିବାରୁ ସେ ପୋଲିସର ଏଭଳି କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

error: Content is protected !!