ଫେବୃଆରୀରେ ଭାରତ ଆସିବେ ଟ୍ରମ୍ଫ

ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଭାରତ ଆସିବେ । ଏନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସମ୍ପ୍ରତି ଭାରତ ଓ ଆମେରିକା ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିବାବେଳେ ଟ୍ରମ୍ଫଙ୍କ ଭାରତ ଗସ୍ତ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଏହି ଅବସରରେ ଟ୍ରମ୍ଫ ଓ ମୋଦି ବେସରକାରୀ ବିମାନ ଚଳାଚଳ ସଂକ୍ରାନ୍ତୀୟ ରାଜିନାମାରେ ସ୍ୱାକ୍ଷର କରିବେ ବୋଲି ଜାଣିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ଉଭୟ ଆମେରିକା ଓ ଭାରତ ଏବେ ଏକ ଜଟିଳ ଅର୍ଥନୀତି ଓ ରାଜନୀତିର ସାମ୍ନା କରୁଛନ୍ତି । ଟ୍ରମ୍ଫଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବାବେଳେ ନିକଟରେ ଇରାନ ଉପରେ ଆମେରିକାର ଆକ୍ରମଣ ବିଶ୍ୱର ମାହୋଲକୁ ସରଗରମ କରିଦେଇଛି । ଅପର ପକ୍ଷରେ ଭାରତରେ ମଧ୍ୟ ସିଏଏ ଭଳି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ଅର୍ଥନୀତି ଚାପଗ୍ରସ୍ତ ରହିଛି । ଏଭଳି ସମୟରେ ଉଭୟ ମହାଶକ୍ତିଙ୍କ ମିଳନର କି ସୁଫଳ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ