ଭୁବନେଶ୍ୱର ଚାପ୍ଟର ପାଇଁ ୧ ଲକ୍ଷରୁ ଅଧିକ ବ୍ୟବହାରକର୍ତାଙ୍କ ପଞ୍ଜିକରଣ

ଭୁବନେଶ୍ୱର, : ଭୁବନେଶ୍ୱରରେ ଲୋକଙ୍କ ସଂଚୟ ଅପେକ୍ଷା ନିବେଶକୁ ଗୁରୁତ୍ୱ ଦିଆଯାଉଥିବା ଦୃଷ୍ଟି ଗୋଚର ହୋଇଛି । ଅଗ୍ରଣୀ ନିବେଶ ପ୍ଲାଟଫର୍ମ ଗ୍ରୋ ପକ୍ଷରୁ ଜିରୋ କମିଶନ ନିବେଶ ପାଇଁ ‘ଅବ୍ ଇଣ୍ଡିଆ କରେଗା ଇନଭେଷ୍ଟମେଂଟ୍‌ ଭୁବନେଶ୍ୱର ଚାପ୍ଟର ନାମକ ଏକ ଇଂଟ୍ରାକ୍ଟିଭ୍ କାର୍ଯ୍ୟକ୍ରମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ନୂଆ ପ୍ଳାଟଫର୍ମରେ ଇତିମଧ୍ୟରେ ଭୁବନେଶ୍ୱରରୁ ୧ଲକ୍ଷରୁ ଅଧିକ ବ୍ୟବହାରକର୍ତା ପଞ୍ଜିକରଣ କରି ସାରିଛନ୍ତି । ଯୁବବର୍ଗଙ୍କ ମଧ୍ୟରେ ନିବେଶ ପ୍ରତି ସଚେତନା ଏବଂ ଉତ୍ସାହ ବୃଦ୍ଧି କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ସ୍ଥାନୀୟ ପ୍ରେସିଡେନ୍ସି ହୋଟେଲରେ ଏହି କାର୍ଯ୍ୟକ୍ରମ ଜାନୁୟାରୀ ୧୭ ତାରିଖ ସନ୍ଧ୍ୟା ୬ଟା ଠାରୁ ୮ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ୨ ଘଂଟିଆ କାର୍ଯ୍ୟକ୍ରମରେ ବହୁ ନିବେଶକ ଯୋଗଦେବା ସହିତ ଆୟୋଜିତ ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ