ଅଲଣାହାଟ ହାଇସ୍କୁଲର ୧୯୯୦ ବ୍ୟାଚର ବନ୍ଧୁମିଳନ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲର ୧୯୯୦ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି କ୍ଷ କାର୍ୟ୍ୟକ୍ରମ ଆରମ୍ଭରୁ ଦିବଂଗତ ସାଙ୍ଗ ଏବଂ ପରିଚାଳନା କମିଟି ପୂର୍ବତନ ସଭାପତି ହରପ୍ରସାଦ ମହାନ୍ତିଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଜ୍ଝ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ଏବଂ ବିଜ୍ଞାନ ଶିକ୍ଷକ ଅମୁଲ୍ୟ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଙ୍ଗମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା ଏବଂ ଏଥିରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଜ୍ଝ ଏହି ଉତ୍ସବରେ ୫୦ରୁ ଉର୍ଦ୍ଧ୍ୱ ବନ୍ଧୁ ଯୋଗ ଦେଇ ପରସ୍ପର ମଧ୍ୟରେ ପିଲାଦିନ ସ୍ମୃତିକୁ ମନେପକାଇ ଭାବବିହ୍ୱଳ ହୋଇ ପଡିଥିଲେ। ଏହି ବନ୍ଧୁମିଳନରେ ସମସ୍ତ ବନ୍ଧୁମାନଙ୍କୁ ଏକତ୍ରିତ କରି କାର୍ୟ୍ୟକ୍ରମକୁ ସଫଳତାର ସହ ଶେଷ କରିଥିବାରୁ ଉପସ୍ଥିତ ସମସ୍ତ ବନ୍ଧୁ ପ୍ରଶାନ୍ତ ମିଶ୍ର, ଅନନ୍ତ ବାସୁଦେବ ମହାନ୍ତି, ମିହିର ଜେନା, ଲଲାଟେନ୍ଦୁ ରାୟ, ହୃଦାନନ୍ଦ ରାୟ, ଲଲାଟ ନାୟକ , ସଞ୍ଜୟ କାଣ୍ଡି , ଆଲୋକ ରାୟ, ସୌମେନ କୁମାର ରାୟ , ଅରୁଣ ଦାସ, ଅକ୍ଷୟ ପରିଡା, ଦିଲ୍ଲୀପ ସାହୁ, ରାଜଲକ୍ଷ୍ମୀ ସାହୁ, ନିରୁପମା ମହାନ୍ତି , ଗାୟତ୍ରୀ ପଟ୍ଟନାୟକ , ଗାୟତ୍ରୀ ମିଶ୍ର ଆଦିଙ୍କୁ ଧନ୍ୟବାଦ ଜଣାଇଥିଲେ


